ବୋଡ଼େନ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ନବ ବର୍ଷ ପାଳନ

ନୂଆପଡ଼ା : 14/4 (ଲୋକଆବାଜ.ଇନ/ ରାମନାଥ ପଣ୍ଡା ଙ୍କ ରିପୋର୍ଟ )
ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏପ୍ରିଲ ପହିଲାରୁ ବୋଡ଼େନ ବି ଡି ଓ ସୁଶାନ୍ତ କୁମାର ରଣାଙ୍କ ତତ୍ତ୍ଵାବଧାନରେ ବୋଡ଼େନ ବ୍ଲକରେ ସମସ୍ତ ପଞ୍ଚାୟତରେ ୧୪ ଦିନ ଧରି ଓଡ଼ିଆ ପକ୍ଷ ପାଳନ କାର୍ଯ୍ୟକ୍ରମ ହୋଇଥିବାବେଳେ ଆଜି ଶେଷ ଦିନରେ ବୋଡ଼େନ ବ୍ଲକ କାର୍ଯ୍ୟାଳୟ ଠାରେ ବ୍ଲକ ପ୍ରଶାସନ, ଆଇ ସି ଡି ଏସ,ମିଶନ ଶକ୍ତି ଓ ଓ ଏଲ ଏମ ଙ୍କ ମିଳିତ ସହଯୋଗରେ ଓଡ଼ିଆ ନବ ବର୍ଷ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ବି ଡି ଓ ସୁଶାନ୍ତ କୁମାର ରଣା,ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ରାଉତ,ସି ଡି ପି ଓ ଅର୍ଚ୍ଚନା ରାଉତ,ବି ପି ସି ମିଶନ ଶକ୍ତି ବିଜୟ ଭିତ୍ରିଆ,ବି ଏଲ ସି ସୁନିତା ସୁନା,ଜି ପି ଡି ଓ ଭୀଷ୍ମ କୁମାର,ବ୍ଲକ ସଂଯୋଜକ ରାକେଶ କୁମାର ଷଡଙ୍ଗୀ ପ୍ରମୁଖ ଯୋଗଦାନ କରିଥିଲେ ।ନବ ବର୍ଷ ପାଳନ ଅବସରରେ ମହିଳା ମାନଙ୍କ ମଧ୍ୟରେ ହୁଳ ହୁଲି,ରଙ୍ଗୋଲି ଓ ପିଠା ପଣା ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।
ପ୍ରତିଯୋଗିତାରେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ପ୍ରାପ୍ତ କରିଥିବା କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।କାର୍ଯ୍ୟକ୍ରମରେ ବ୍ଲକ କାର୍ଯ୍ୟାଳୟ , ମିଶନ ଶକ୍ତି,ଓ ଏଲ ଏମ ଓ ଆଇ ସି ଡି ଏସ ର କର୍ମଚାରୀ ସହଯୋଗ କରିଥିଲେ ।ବିଭିନ୍ନ ପଞ୍ଚାୟତରୁ ଏମ ବି କେ,ସି ଆର୍ ପି,ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା,ସାଧାରଣ ମହିଳା,ବ୍ଲକ କାର୍ଯ୍ୟାଳୟର ସମସ୍ତ ଅଧିକାରୀ,ପି ଇ ଓ,ଜି ଆର୍ ଏସ ପ୍ରମୁଖ ଯୋଗଦାନ କରି ବହୁ ଆଡମ୍ବର ସହିତ ଓଡ଼ିଆ ନବ ବର୍ଷ ଓ ଭାରତୀୟ ସମ୍ବିଧାନ ପ୍ରଣେତା ଡ ବି ଆର୍ ଆମ୍ବେଦକରଙ୍କ ଜୟନ୍ତୀ ପାଳନ କରିଥିଲେ।
What's Your Reaction?






