୧୫ ବର୍ଷ ରୁ କମ୍ ମୁଖ୍ୟ ମନ୍ତ୍ରୀ ଟ୍ରଫି : ଫାଇନାଲରେ ଉଲୁଣ୍ଡା ବନାମ୍ ନିମ୍ନl ଦଳ

Apr 14, 2025 - 20:27
 0  21
୧୫ ବର୍ଷ ରୁ କମ୍ ମୁଖ୍ୟ ମନ୍ତ୍ରୀ ଟ୍ରଫି : ଫାଇନାଲରେ ଉଲୁଣ୍ଡା ବନାମ୍ ନିମ୍ନl ଦଳ

ସୋନପୁର: 14/4 (ଲୋକଆବାଜ.ଇନ/ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ )

 ସୋନପୁର ଗାନ୍ଧୀ ଷ୍ଟାଡିୟମ ରେ ୧୫ ବର୍ଷ ରୁ କମ୍ ମୁଖ୍ୟ ମନ୍ତ୍ରୀ ଟ୍ରଫି ଇଣ୍ଟର କ୍ଳବ୍ ଜିଲ୍ଲା ସ୍ତରୀୟ ଫୁଟବଲ୍ ଚମ୍ପିଅନସିପ ୨୦୨୫ ସେମି ଫାଇନାଲ ଖେଳ ରେ ଦୁଇ ଗୋଟି ମ୍ୟାଚ ଅନୁଷ୍ଟିତ ହୋଇ ଯାଇଛି l ଆଜିର ବିଜେତା ଦଳ ଆସନ୍ତା କାଲି ଫାଇନାଲ ଖେଳିବେ l ସୁବର୍ଣ୍ଣପୁର ଜିଲ୍ଲା କ୍ରିଡ଼ା ସଂଘ, ଫୁଟବଲ୍ ଆସୋସିଏସନ୍ ଓଡିଶା, ଯୁବ କ୍ରୀଡା ବିଭାଗ ଓଡ଼ିଶା ସରକାର ମିଳିତ ସହଯୋଗ ରେ ଅନୁଷ୍ଟିତ ଆଜିର ଏହି ଟର୍ଣ୍ଣlମେଣ୍ଟ କୁ ମୁଖ୍ୟ ଅତିଥି ଭାବରେ କଟକ ସ୍ପୋର୍ଟସ ହଷ୍ଟେଲ ଇନଚାର୍ଜ ତଥା ଅଣ୍ଡର ଫିଫ୍ଟିନ୍ ସିଲେକ୍ଟର ଗଙ୍ଗାଧର ବେହେରା ଓ ସମ୍ମାନୀତ ଅତିଥି ଜିଲ୍ଲା କ୍ରିଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର ଓ ସାମ୍ୱାଦିକ ମୃତ୍ୟୁଞ୍ଜୟ ଶତପଥୀ, ଦିଲ୍ଲୀପ ପାତ୍ର, ନବକିଶୋର ମିଶ୍ର,ରାଜକିଶୋର ତ୍ରିପାଠୀ, ପିତାମ୍ବର ମହାପାତ୍ର , ମହାଦେବ ମଲ୍ଲିକ, ସହଦେବ ମେହେର, ସରୋଜ ପ୍ରକାଶ ପ୍ରଧାନ ଯୋଗଦେଇ ମ୍ୟାଚ୍ କୁ ଉଦ୍ଘାଟନ କରି ଖେଳାଳୀ ଙ୍କୁ ପୁରସ୍କୃତ କରିଥିଲେ l ଜିଲ୍ଲା ର ସମସ୍ତ ବ୍ଳକ୍ ରୁ ୧୦ ଗୋଟି ଫୁଟବଲ୍ ଦଳ ଏଥିରେ ଭାଗ ନେଇ ଥିବା ବେଳେ ଆଜି ସେମି ଫାଇନାଲ ର ପ୍ରଥମ ମ୍ୟାଚ୍ ନାରାୟଣ ପୁର ଓ ନିମ୍ନା ଦଳ ମଧ୍ୟରେ ଅନୁଷ୍ଟିତ ହୋଇଛି l ଓ ରାମ ଧୂନ୍ କ୍ଳବ୍ ( ସି) ଓ ଉଲୁଣ୍ଡା ଦଳ ମଧ୍ୟରେ ଦ୍ଵିତୀୟ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ଥିଲା l ପ୍ରଥମ ମ୍ୟାଚ୍ ରେ ରାମଜୀ କ୍ଲବ୍ ନିମ୍ନା ଦଳ ୩-୦ ଗୋଲ୍ ରେ ବିଜୟୀ ହୋଇ ଥିବା ବେଳେ ଦ୍ଵିତୀୟ ମ୍ୟାଚ୍ ରେ ଉଲୁଣ୍ଡା ଦଳ ୧-୦ ଗୋଲ ରେ ବିଜୟୀ ହୋଇ ଫାଇନାଲ କୁ ପ୍ରବେଶ କରିଛି l ସମସ୍ତ ମ୍ୟାଚ କୁ ମ୍ୟାଚ୍ କମିସନର ଭାବେ ଜିତେନ୍ଦ୍ର ଥନା ପତି, ମୁଖ୍ୟ ରେଫରୀ ଭାବେ ରାଜେଶ ଥନାପତି, ସାନୁଜ ବିଶ୍ଵାଳ, ଅନିତା ମହା ନନ୍ଦ ଫୋର୍ଥ ଅଫିସିଆଲ୍ ଭାବେ ସଞ୍ଜୀବ ସାହୁ , ସହଯୋଗି ରେଫରି ଭାବେ ପ୍ରଶାନ୍ତ ସେଠି, ନରେଶ ମାଝୀ ,, ଅନିଲ ଭୋଇ ଖେଳ ପରି ଚାଳନା ରେ ସହଯୋଗ କରିଥିଲେ l ମନୋରଞ୍ଜନ ତ୍ରୀପାଠୀ ଓ ଦିଗାମ୍ବର ଶତପଥୀ ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l ଜିଲ୍ଲା କ୍ରିଡ଼ା ସଂଘ ସଂପାଦକ ପୀୟୂଷ ପଣ୍ଡା ଙ୍କ ତତ୍ୱା ଵଧାନ ରେ ଅନୁଷ୍ଟିତ ଏହି ଖେଳ ରେ ବିକାଶ ପଣ୍ଡା, ସନ୍ତୋଷ ପାଢ଼ୀ , ବିକାଶ ପାଢ଼ୀ ଙ୍କ ସମେତ ଚନ୍ଦନ ବେହେରା , ସୁଜିତ୍ ବରିହା, ଗୁରୁ ଦଳେଇ, ରଂଜୁ ସାହୁ, ଅନିଲ ସାହୁ , ଶିବ, ରବି ଗୂରୁ, ଚୈତ୍ୟନ୍ୟ, କିରଣ ନାଏକ, ଚାହଦ ମଜୁମଦାର, ବସିର ମହମ୍ମଦ, ସଦା ସାହୁ , ଦିଲ୍ଲୀପ ସାହୁ, ପୁରେନ ନାଏକ, କଲିମ ମହମ୍ମଦ, ପ୍ରମୁଖ ରାମ ଧୂନ୍ କ୍ଲବ୍ ଓ ଜିଲ୍ଲା କ୍ରୀଡ଼ା ସଂଘ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow