ବୋଡ଼େନ ବ୍ଲକ: ଲିଟିସର୍ଗୀ ଓ ରୋକାଳ ପଞ୍ଚାୟତରେ ସୁଭଦ୍ରା ରଥକୁ ସ୍ବାଗତ

ନୂଆପଡ଼ା: ଲୋକ ଆବାଜ୍.ଇନ୍(ରାମନାଥ ପଣ୍ଡା ଙ୍କ ରିପୋର୍ଟ)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକରେ ଆଜି ବ୍ଲକ କାର୍ଯ୍ୟଳୟରେ ବ୍ଲକ ଅଧ୍ୟକ୍ଷା ପ୍ରେମ ଶିଳା ନାଗ ଓ ବି ଡି ଓ ପ୍ରିୟରଞ୍ଜନ କୁମାର ସୁଭଦ୍ରା ରଥର ଶୁଭାରମ୍ଭ କରିଥିବାବେଳେ ବ୍ଲକର ଅନ୍ୟ ୬ ଗୋଟି ପଞ୍ଚାୟତରେ ସୁଭଦ୍ରା ରଥ ପରିକ୍ରମା କରିଥିଲା ।ତନ୍ମଧ୍ୟରୁ ରୋକାଲ ପଞ୍ଚାୟତରେ ସରପଂଚ ଠାକୁର ବାଗ,ପଞ୍ଚାୟତ ନିର୍ବାହୀ ଅଧିକାରୀ ବାବୁଜୀ ମାଝୀ, ଅଙ୍ଗନୱାଡ଼ି ସୁପର ଭାଇଯର ଅହଲ୍ୟା ଜଗତ,ବି ଆର୍ ସି ହେରାମ୍ୱ ବିଶ୍ଵାଳ, ଏ ଡି ଓ ପବିତ୍ର କଶ୍ୟପ,ଯୋଗାଣ ସହାୟକ ପ୍ରେମ ଶବର, ଜି ପି ଏଲ ଏଫ୍ ସଭାନେତ୍ରୀ ପୁନମ ଦୁର୍ଗା,ବି ଏଲ ଏଫ୍ ମେମ୍ବର ଲିପ୍ସା ବାଗ,ଏମ ବି କେ ଇନ୍ଦିରା ବାଗ,ସମସ୍ତ ସି ଆର୍ ପି, କୃଷି ମିତ୍ର, ପ୍ରାଣୀ ମିତ୍ର,ଆଶା କର୍ମୀ,ସମସ୍ତ ଅଙ୍ଗନୱାଡ଼ି କର୍ମୀ, ଇ ସି ମେମ୍ବର,ଜନସାଧାରଣ ପୁଣି ଲିଟିସର୍ଗି ପଞ୍ଚାୟତରେ ସରପଞ୍ଚ ମିନତୀ ନନ୍ଦ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଜୟାନନ୍ଦ ମେହେର,ଅଙ୍ଗନୱାଡ଼ି ସୁପର ଭାଇଯର ଆସମତି ଧରୁଆ,ଜି ଆର୍ ଏସ ଡାଇନା ତାଣ୍ଡି, ବ୍ୟାଙ୍କ ମିତ୍ର ସବିତା ବାଗ,ଏମ ବି କେ ଚମ୍ପା ବାଗ, ସମାଜ ସେବୀ ବିଜୟ କୁମାର ନନ୍ଦ, ନାଏବ ସରପଂଚ,ମିଶନ ଶକ୍ତିର ବିଭିନ୍ନ କ୍ୟାଡ଼ର,ଅଙ୍ଗନୱାଡ଼ି କର୍ମୀମାନେ ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ସୁଭଦ୍ରା ରଥକୁ ସ୍ଵାଗତ କରିଥିଲେ ।
ସବୁ ସ୍ଥାନରେ ସରପଞ୍ଚ ଗୁଡ଼ିକ ସୁଭଦ୍ରା ଯୋଜନାର ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ଲୋକଙ୍କୁ ଏହି ଯୋଜନାର ଲାଭ ତଥା ମହିଳା କିପରି ସ୍ବାବଲମ୍ବୀ ହେବା ସହ ଆତ୍ମନିର୍ଭରଶୀଳ ହୋଇ ପାରିବ ତାହାରି ଉପରେ ବିସ୍ତୃତ ଭାବରେ ବୁଝାଇଛନ୍ତି ।
What's Your Reaction?






