ଗଞ୍ଜେଇ ସହ ବାଇକ୍ ଜବତ, ମାଫିଆ ଫେରାର

Sep 14, 2024 - 22:42
 0  53
ଗଞ୍ଜେଇ ସହ ବାଇକ୍ ଜବତ, ମାଫିଆ ଫେରାର

କଣ୍ଟାମାଳ: ଲୋକ ଆବାଜ୍.ଇନ୍ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବ୍ୟାପକ ଗଞ୍ଜେଇ ସହ ବାଇକ୍ ଜବତ କରିଥିବା ବେଳେ ଅଭିଯୁକ୍ତ ଜଣକ ଫେରାଲ ହୋଇଯାଇଥିବା ଜଣା ପଡ଼ିଛି | ବିଶ୍ଵସ୍ତ ସୂତ୍ରରୁ ଖବର ପାଇ କଣ୍ଟାମାଳ ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକଙ୍କ ନେତୃତ୍ୱରେ ଅବକାରୀ ବିଭାଗର ଏକ ଟିମ୍ କଣ୍ଟାମାଳ ଥାନା ଲମ୍ବସରୀ ପଞ୍ଚାୟତ ପିଣ୍ଡା ପଦର ଗ୍ରାମର କବିଦନ ନାଏକ ଘରେ ଚଢ଼ାଉ କରିଥିଲେ | ଉକ୍ତ ଘରେ ଏକ ହୋଣ୍ଡା ଡ୍ରିମ୍ ନିଓ ବାଇକ୍ (ଓଡ଼ି ୨୩ ଡି ୩୭୪୩)ରେ ବସ୍ତାରେ ରଖା ଯାଇଥିବା ଗଞ୍ଜେଇ ସବୁ ଜବତ୍ କରିଛି | ଅବକାରୀ କର୍ମଚାରୀଙ୍କୁ ଦେଖି କବିଦନ ଘରୁ ଫେରାର ମାରିଥିବା ବେଳେ ଅବକାରୀ କର୍ମଚାରୀ ବାଇକ୍ ସହ ୨୮କେଜି ଗଞ୍ଜେଇ ଜବତ କରିଛନ୍ତି | କଣ୍ଟାମାଳ ଅବକାରି ବିଭାଗ ପକ୍ଷରୁ ୫୯/୨୪ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି | ଏହି ଚଢ଼ାଉରେ ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ, ଶୁକେଶିନି କୁଜ୍ଜୁର୍, ଶ୍ରୀକାନ୍ତ ବେହେରା, ଆନନ୍ଦ ମେହେର ଓ ନିରଞ୍ଜନ ମଲ୍ଲିକ ପ୍ରମୁଖ ସାମିଲ ଥିଲେ

What's Your Reaction?

like

dislike

love

funny

angry

sad

wow