ବୋଡେ଼ନ ବ୍ଲକର ୬ଟି ଗ୍ରାମ ପଞ୍ଚାୟତରେ ସୁଭଦ୍ରା ରଥ ପରିକ୍ରମା ସହ ସମ୍ବର୍ଦ୍ଧନା

ନୂଆପଡ଼ା : ଲୋକ ଆବାଜ୍.ଇନ୍(ରାମନାଥ ପଣ୍ଡା ଙ୍କ ରିପୋର୍ଟ)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷା ପ୍ରେମ ଶିଳା ନାଗଙ୍କ ଦ୍ଵାରା ସୁଭଦ୍ରା ରଥର ଶୁଭାରମ୍ଭ ହୋଇଛି ।ବି ଡି ଓ ପ୍ରିୟରଞ୍ଜନ କୁମାର,ସମସ୍ତ ବ୍ଲକ୍ ଷ୍ଟାଫ,ସି ଡି ପି ଓ ଅର୍ଚ୍ଚନା ରାଉତ,ବି ପି ସି ରାଜେଶ୍ କୁମାର ସାହୁ,ବି ଏଲ ସି ସୁନିତା ସୁନା ସୁଭଦ୍ରା ରଥର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।ଆଜି ବୋଡେ଼ନ ବ୍ଲକର ଲିଟି ସର୍ଗୀ,ବାବେବିର, କରଙ୍ଗା ମାଲ ,ଲର୍କା, ରୋକାଲ ଓ ଫରସରା ଗ୍ରାମ ପଞ୍ଚାୟତରେ ସୁଭଦ୍ରା ରଥକୁ ବିପୁଳ ସମ୍ବର୍ଦ୍ଧନା ଜଣାଇଛନ୍ତି ।
ଲିଟିସର୍ଗି ଗ୍ରାମ ପଞ୍ଚାୟତରେ ସରପଂଚ ମିନତୀ ନନ୍ଦ,ପି ଇ ଓ ଜୟାନନ୍ଦ ମେହେର,ଏମ ବି କେ ଚମ୍ପା ବାଗ, ବ୍ୟାଙ୍କ ମିତ୍ର ସବିତା ବାଗ ,ଅଙ୍ଗନୱାଡ଼ି ସୁପର ଭାଇଯର,ମିଶନ ଶକ୍ତିର ବିଭିନ୍ନ କ୍ୟାଡ଼ର ତଥା ଏସ ଏଚ ଜି ମହିଳା ଏବଂ ଜନସାଧାରଣ ସ୍ବାଗତ ଜଣାଇଥିଲେ ସୁଭଦ୍ରା ରଥକୁ,ବାବେବିର ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ ଅମରେନ୍ଦ୍ର ବିଶ୍ବାଳ,ସରପଂଚ ଜୁଗେଶ୍ଵର ପାଣ୍ଡେ,ପଞ୍ଚାୟତ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ମେହେର ,ମିଶନ ଶକ୍ତି ମହିଳା,କରଙ୍ଗାମାଲ ଠାରେ ପି ଇ ଓ ପବିତ୍ର ମିର୍ଦ୍ଧା,ସରପଂଚ ରାମ ଲାଲ ପଣ୍ଡା,ଅଙ୍ଗନୱାଡ଼ି ସୁପର ଭାଇଯର ବେଦମତି ଖମାରୀ, ଏମ ବି କେ ସଂଯୁକ୍ତା ଜାଲ, ଯୋଗାଣ ସହାୟକ ଶଶ ଧର ବାଗ,ଲର୍କା ଠାରେ ସହାୟକ ଯନ୍ତ୍ରୀ ଯୁଗେଶ୍ଵର ନାଏକ, ପି ଇ ଓ ଯଜ୍ଞ ଭାରତୀ ମାଝୀ,ସରପଂଚ ଜୟଶ୍ରୀ ପଟେଲ,ରୋକାଲ ଠାରେ ସରପଂଚ ଠାକୁର ବାଗ,ଅଙ୍ଗନୱାଡ଼ି ସୁପର ଭାଇଯର ଅହଲ୍ୟା ଜଗତ,ବି ଆର୍ ସି ହେରମ୍ବ ବିଶ୍ଵାଳ,ଯୋଗାଣ ସହାୟକ ପ୍ରେମ ଶବର,ପି ଇ ଓ ବାବୁଜୀ ମାଝୀ,ଏମ ବି କେ ଇନ୍ଦିରା ବାଗ,ସମସ୍ତ ସି ଆର୍ ପି , ଇ ସି ମେମ୍ବର,ଆଶା କର୍ମୀ,କୃଷି ମିତ୍ର , ପ୍ରାଣୀ ମିତ୍ର,ସ୍ଵୟଂ ସହାୟିକା ମହିଳା ଉପସ୍ଥିତ ରହି ସୁଭଦ୍ରା ରଥକୁ ସ୍ଵାଗତ ଜଣାଇଛନ୍ତି ।ସୁଭଦ୍ରା ଯୋଜନା ସମସ୍ତ ମହିଳାଙ୍କୁ ସ୍ବାବଲମ୍ବୀ କରାଇବାସହିତ ଆତ୍ମ ନିର୍ଭରଶୀଳ ଦିଗରେ ସହାୟକ ହେବ ବୋଲି ପ୍ରତି ପଞ୍ଚାୟତରେ ସରପଂଚ ମାନେ ମହିଳାଙ୍କୁ ବୁଝାଇଥିଲେ ।
What's Your Reaction?






