ବିହାରୀ ସମ୍ପ୍ରଦାୟ ର ଛଟ ପୂଜା

କଳାହାଣ୍ଡି: ଲୋକ୍ ଆବାଜ୍.ଇନ୍( ବ୍ୟୁରୋ)
କଳାହାଣ୍ଡି ଜିଲ୍ଲା ମ,ରାମପୁର ଠାରେ ବିହାରୀ ସମ୍ପ୍ରଦାୟ ର ଛଟ ପୂଜା ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି। ଏହି ସମ୍ପ୍ରଦାୟ ର ସମସ୍ତ ବ୍ୟକ୍ତି ନିକଟସ୍ଥ ହରି ହର ସାଗର ରେ ଛଟ ପୂଜା ବିଧି ମତେ ମହା ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରିଥିଲେ । ସମସ୍ତ ପୂଜା ପରିଚାଳନା ରେ ଜୟରାମ ସାହୁ, ସୁନୀଲ ସାହୁ, ଆଶୋକ ସାହୁ, ବିନୋଦ ସାହୁ, ଛୋଟେ ଲାଲ ପାଣ୍ଡେ, ଘନଶ୍ୟାମ ପାଣ୍ଡେ, ମନୋଜ ସାହୁ, ସଞ୍ଜୟ ସାହୁ, ଜୟ ପ୍ରକାଶ ଗୁପ୍ତା, ଜୟ ମଙ୍ଗଳ ସାହୁ ସକ୍ରୀୟ ସହଯୋଗ କରିଥିଲେ । ଛଟ ପୂଜା ରେ ଅସ୍ତ ସୂର୍ଯ୍ୟ କୁ ଗୋଟିଏ ଦିନ ଏବଂ ତା ପରଦିନ ଉଦୟ ସୂର୍ଯ୍ୟ କୁ ପୂଜା କରାଯାଏ, ଏହି ପୂଜା ଚାରି ଦିନ ଧରି ବିଭିନ୍ନ ପର୍ଯ୍ୟାୟ ରେ ପାଳନ କରାଯାଏ । ପୌରାଣିକ ଆଖ୍ୟାନ, ଧର୍ମୀୟ ବିଶ୍ୱାସ, ବୈଜ୍ଞାନିକ ଆଧାର ର ସମାହାର ହେଉଛି ଏହି ଛଟ ପୂଜା ବୋଲି ବ୍ରତୀ ମାନେ ପ୍ରକାଶ କରିଥିଲେ ।
What's Your Reaction?






