ବ୍ଲକରେ ଅଧ୍ୟକ୍ଷା ଏବଂ ସାମୁହିକ ମିଳିତ ପ୍ୟାରେଡରେ ବି ଡି ଓ କଲେ ଅଭିବାଦନ ଗ୍ରହଣ
ନୂଆପଡ଼ା - ଲୋକ ଆବାଜ.ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ)
୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ କାର୍ଯ୍ୟାଳୟରେ ମୁଖ୍ୟ ଅତିଥି ରୂପେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିବାବେଳେ ସ୍ଥାନୀୟ ହାଇସ୍କୁଲ ପଡିଆ ଠାରେ ସାମୁହିକ ମିଳିତ ପ୍ୟାରେଡରେ ମୁଖ୍ୟ ଅତିଥି ରୂପେ ବି ଡି ଓ ସୁଶାନ୍ତ କୁମାର ରଣା ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିବା ସହିତ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ ।
ପତାକା ଉତ୍ତୋଳନ ଓ ପ୍ୟାରେଡ ପଡ଼ିଆରେ ବ୍ଲକ ଅଧ୍ୟକ୍ଷା ପ୍ରେମ ଶିଳା ନାଗ,ତହସିଲଦାର ସରିତା ଗୁପ୍ତା, ଅତିରିକ୍ତ ତହସିଲଦାର ଅନସୂୟା ବାଗଦେବୀ,ବି ଏସ ଏଫ୍ କମାଣ୍ଡେଣ୍ଟ ଏମ ଏଲ ଗୁପ୍ତା,ସମାଜ ସେବୀ ଫାରୁକ୍ ମହମ୍ମଦ,ସମାଜ ସେବୀ ରାଜ କୁମାର ନାଗ,ସମାଜ ସେବୀ ସୌଦାଗର ସାହୁ,ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ କ୍ଷୀରୋଦ ନାଏକ,ଜି ପି ଡି ଓ ଭୀଷ୍ମ କୁମାର,ଏପିଓ ରବିନାରାୟଣ ରାଉତ,ବରିଷ୍ଠ ନାଗରିକ ପର୍ଶୁରାମ ସେଠି,ଅବସରପ୍ରାପ୍ତ ଶିକ୍ଷକ ଚମରୁ ମାଝୀ,ସ୍ନାତକ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ,ଅଧ୍ୟାପିକା ପ୍ରୀତି ସୁଦ୍ଧା ପଣ୍ଡା,ଏସ ଏସ ଡି ହାଇ ସ୍କୁଲ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ସା,କନିଷ୍ଠ ଯନ୍ତ୍ରୀ ଅମରେନ୍ଦ୍ର ବିଶ୍ଵାଳ, କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ସାହୁ,ଏ ବି ଏଫ୍ ରାକେଶ କୁମାର ଷଡଙ୍ଗୀ,ପ୍ରଧାନ ଆଚାର୍ଯ୍ୟ ମୁରାରି ଲାଲ ହୋତା,ଗରୁଡ଼ ଧ୍ଵଜ ଦଣ୍ଡସେନା,ନୀତେଶ ମାଝୀ,ପୋଲିସ ଅଧିକାରୀ ପ୍ରମୁଖ ମଞ୍ଚାସିନ ଥିଲେ । ଶିକ୍ଷକ ବୈଷ୍ଣବ କୁମାର ଦୁରିଆ ମଞ୍ଚ ପରିଚାଳନା କରିଥିଲେ ।ବିଭିନ୍ନ ବିଦ୍ୟାଳୟ ଓ କଲେଜର ଛାତ୍ର ଛାତ୍ରୀ,କ୍ରୀଡ଼ା ଶିକ୍ଷକ,ଶିକ୍ଷକ ଶିକ୍ଷୟତ୍ରୀ ପ୍ୟାରେଡ ରେ ଅଂଶ ଗ୍ରହଣ କରିଥିଲେ ।ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତା ମାନଙ୍କରେ କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।ଏତଦ୍ ବ୍ୟତୀତ ବୋଡ଼େନ ସହରରେ ଜେ ଏମ ଏଫ୍ ସି କାର୍ଯ୍ୟାଳୟ, ପୋଲିସ ଷ୍ଟେସନ, ତହସିଲ କାର୍ଯ୍ୟାଳୟ,ବନ ବିଭାଗ କାର୍ଯ୍ୟାଳୟ,ସମସ୍ତ ବିଦ୍ୟାଳୟ,କଲେଜ,ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,କୃଷି କାର୍ଯ୍ୟାଳୟ,ବିଦ୍ୟୁତ୍ କାର୍ଯ୍ୟାଳୟ, ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ସି ଡି ପି ଓ ଙ୍କ କାର୍ଯ୍ୟାଳୟ,ଯୁବକ ସଂଘ,ବିଜେପି କାର୍ଯ୍ୟାଳୟ ସମେତ ଅନ୍ୟ ସ୍ଥାନ ମାନଙ୍କରେ ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।
What's Your Reaction?