କଣ୍ଟାମାଳ ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ବୈଠକ

କଣ୍ଟାମାଳ: ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ କଲ୍ୟାଣ ମଣ୍ଡପ ଠାରେ କଣ୍ଟାମାଳ ବରିଷ୍ଠ ନାଗରିକ ମଞ୍ଚର ଏକ ସାଧାରଣ ବୈଠକ ସଭାପତି ସନ୍ତୋଷ କୁମାର ବିଶି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି l ଉକ୍ତ ସଭାରେ ବରିଷ୍ଠ ଆଇନଜୀବୀ ଦୂତିଆ ଚରଣ ସାହୁ, ଉପଦେଷ୍ଟା ନବୀନ କୁମାର ବିଶି ଓ ବସନ୍ତ କୁମାର ମିଶ୍ର ପ୍ରମୁଖ ମଂଚାସୀନ ଥିଲେ l ସଭା ଆରମ୍ଭରେ ଦିବଂଗତ ସଦସ୍ୟ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ l ଉପଦେଷ୍ଟା ନବୀନ କୁମାର ବିଶି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l
ବରିଷ୍ଠ ଆଇନଜୀବୀ ଶ୍ରୀ ସାହୁ ବରିଷ୍ଠ ନାଗରିକ ମାନଙ୍କ ସମସ୍ୟା ଓ ସେମାନଙ୍କର ଅଧିକାରୀ ଉପରେ ଆଲୋକପାତ କରିଥିଲେ l ସମ୍ପାଦକ ମହେନ୍ଦ୍ର କୁମାର ଦାଶ ମଞ୍ଚର ବାର୍ଷିକ ଆୟବ୍ୟୟର ବିବରଣୀ ଉପସ୍ଥାପନା କରିଥିଲେ l ସଭାପତି ସନ୍ତୋଷ କୁମାର ବିଶି ପ୍ରତିକୂଳ ପରିବେଶରେ କିପରି ମଞ୍ଚର ପଞ୍ଜିକରଣ ହେଲା ତାହା ଉଲ୍ଲେଖ କରିବା ସହ କଣ୍ଟାମାଳ ବରିଷ୍ଠ ନାଗରିକ ମାନଙ୍କ ପ୍ରତି ଜିଲ୍ଲା ପ୍ରଶାସନର ବୈମାତୃକ ମନୋଭାବର ଦୃଢ଼ ନିନ୍ଦା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସର୍ଵଶ୍ରୀ ସୁରେଶ ମହାନ୍ତି, ଘନଶ୍ୟାମ ବୁଡ଼େକ, ଲକ୍ଷ୍ମଣ ସାହୁ,ଭାଗବତ ବାଘ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ l ବୈଠକରେ ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବା ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା l ଶେଷରେ ପ୍ରଫୁଲ୍ଲ ଯୋଶୀରା ଧନ୍ୟବାଦ ଅର୍ପଣ କରିଥିଲେ l
What's Your Reaction?






