ବ୍ଲକ୍ ସରୀୟ ବିଜ୍ଞାନମେଳା

Nov 8, 2024 - 21:57
 0  184
ବ୍ଲକ୍ ସରୀୟ ବିଜ୍ଞାନମେଳା

ମାଲକାନଗିରି: ଲୋକ ଆବାଜ.ଇନ୍(ଅବଦୁଲ ଗାନି ଙ୍କ ରିପୋର୍ଟ)

: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ରେ ସ୍ଥାନୀୟ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ଛାତ୍ରୀ ଛାତ୍ରଙ୍କ ବ୍ଲକ୍ ସ୍ତରୀୟ ବିଜ୍ଞାନମେଳା ।

ଏଠାରେ କିଛି ଅବ୍ୟବସ୍ଥା ଓ ଦାୟିତ୍ଵ ହୀନତା ଦେଖାଯାଇଥିଲା। ଉଦ୍ଘାଟନ ଉତ୍ସବର ନିମନ୍ତ୍ରିତ ମୁଖ୍ୟ ଅତିଥି ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମାଶଙ୍କର କୋୟା ଓ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଦାସ ଙ୍କୁ ABEO ଓ ବିଭିନ୍ନ ସ୍କୁଲ ରୁ ଆସିଥିବା ଛାତ୍ରୀ ଛାତ୍ରଙ୍କ ସହିତ ଦୀର୍ଘ ସମୟ ଧରି କାର୍ଯ୍ୟକ୍ରମ ର ମୁଖ୍ୟ BEO ସୁମି଼ତ୍ ବିଶ୍ୱାସଙ୍କ ଆଗମନକୁ ଅପେକ୍ଷା କରିବାକୁ ପଡିଥିବା ଦେଖାଯାଇଥିଲା।ଆନୁଷ୍ଠାନିକ ଭାବେ ସକାଳ ନଅ ଘଣ୍ଟା ସମୟରେ ଉଦ୍ଘାଟନ ହେବ ବୋଲି ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ ଥିଲେ ମଧ୍ୟ BEO ୧୦.୪୦ମିନିଟରେ ପହଞ୍ଚିଥିଲେ। ଅତିଥି ଓ ଅନ୍ୟ ମାନଙ୍କ ଅପେକ୍ଷାକୁ ଦୃଷ୍ଟିରେ ରଖି ଉପସ୍ଥିତ ABEO ମାନେ BEO ଙ୍କୁ ଫୋନ୍ ଯୋଗେ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିବାରୁ ଶେଷରେ ୧୦.୧୦ ରେ ଉଦ୍ଘାଟନ କରାଯାଇଥିଲା।ଉଦ୍ଘାଟନ ର କିଛି ସମୟ ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ଛାତ୍ରଛାତ୍ରୀଙ୍କ ବିକାଶ ନିକଟରେ ଜଣେ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଏପରି ଅସମୟାନୁ ବର୍ଟିତା କୁ ବୁଦ୍ଧିଜୀବି,ଅଭିଭାବକ ଓ କିଛି ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ନାପସନ୍ଦ କରିଥିବା ବେଳେ ,ଏପରି ହେଲେ ପିଲାମାନେ ସମୟାନୁବର୍ତିତା କିପରି ଶିଖିବେ ବୋଲି ପ୍ରଶ୍ନ କରିଛନ୍ତି।

What's Your Reaction?

like

dislike

love

funny

angry

sad

wow