କୋକସରା ବ୍ଲକ ରୁ ଗଡ଼ିଲା ସୁଭଦ୍ରା ଯୋଜନା ସଚେତନତା ରଥ।

Sep 12, 2024 - 21:00
 0  21
କୋକସରା ବ୍ଲକ ରୁ ଗଡ଼ିଲା ସୁଭଦ୍ରା ଯୋଜନା ସଚେତନତା ରଥ।

କୋକସରା :ଲୋକ ଆବାଜ. ଇନ(ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ)

ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରା ଯୋଜନା ରେ ଯୋଗ୍ୟ ବିବେଚିତ ପ୍ରତି ମହିଳା ଙ୍କୁ ବାର୍ଷିକ ୨ କିସ୍ତି ରେ ୧୦ ହଜାର ଟଙ୍କା ୫ ବର୍ଷ ରେ ୫୦ ହଜାର ମିଳିବା ନେଇ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ସୁଭଦ୍ରା ଯୋଜନା ରେ ରହିଥିବା ମାନଦଣ୍ଡ ଓ ଯୋଗ୍ୟତା ପାଇଁ ହିତାଧିକାରୀ ଙ୍କୁ ସଚେତନତା ସୃଷ୍ଟି ଅଭିଯାନ ପାଇଁ ଆଜି କୋକସରା ବ୍ଲକ ପରିସର ରୁ ସୁଭଦ୍ରା ରଥ କୁ ପତାକା ଦେଖାଇ ବିଡ଼ିଓ ସ୍ନେହାପ୍ରଭା ମାଝୀ ଓ ସିଡିପିଓ ସରୋଜା ଦେଇ, ସୋନିଆ ହେମରମ, ବିଜେପି ନେତା ତ୍ରିନାଥ ଶବର ସମେତ ଅଙ୍ଗନବାଡ଼ି କର୍ମୀ ଓ ମିଶନ ଶକ୍ତି ର ମହିଳା କର୍ମଚାରୀ ମାନେ ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ। ଏହା ବ୍ୟତୀତ ବିଜେପି କର୍ମି ପ୍ରମୋଦ ପ୍ରଧାନୀ,ବୈଦ୍ୟନାଥ ମାଝୀ, ଘନଶ୍ୟାମ ନାଏକ,ଶାରଳା ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ।ଏହି ରଥ କୋକସରା ବ୍ଲକ ର ୨୨ ପଞ୍ଚାୟତ ରେ ସୁଭଦ୍ରା ଯୋଜନା ବିଷୟରେ ସଚେତନତା କରିବ।

What's Your Reaction?

like

dislike

love

funny

angry

sad

wow