ଭେଣ୍ଡିଁ ଜୋନ ପାଲଟିଛି ମଦ୍ୟପ ଙ୍କ ଆଡ୍ଡା ସ୍ଥଳୀ l ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡ଼ିଲା

ବାଲିଗୁଡ଼ା :ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କଥାରେ ଅଛି ସରକାର କା ମାଲ୍ ଦରିଆ ମେ ଡାଲ l ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡ଼ିଲା କିନ୍ତୁ ଲୋକେ ଉପକୃତ ହେଲେନାହିଁ l ଏହି ଚିତ୍ର କୌଣସି ଉପାନ୍ତ ଇଲାକା ର ନୁହଁ ଖୋଦ ବାଲିଗୁଡ଼ା ଏନ୍ ଏ ସି ର ବଜାର ମଧ୍ୟରେ ଏନ୍ ଏ ସି ପକ୍ଷରୁ ବ୍ୟବସାୟୀ ଙ୍କ ପାଇଁ ଭେଣ୍ଡିଜୋନ ନିର୍ମାଣ କରାଯାଇ ଥିଲା ତାହା ଏବେ ଭାଙ୍ଗି ରୁଜି ନଷ୍ଟ ହେବାକୁ ବସିଲାଣି ସଞ୍ଜ ନଇଁଲେ ମଦ୍ୟପ ଙ୍କ ଆଡ୍ଡା ଜମୁଛି l କାହା ସ୍ୱାର୍ଥରେ କାହିଁକି ଭେଣ୍ଡି ଜୋନ ନିର୍ମାଣ ହେଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l
ଏପଟେ ରାସ୍ତା କଡରେ ପରିବା ଦୋକାନ ମାଛ ମାଂସ ଦୋକାନ ସହିତ ଅସ୍ଥାୟୀ ଜଳଖିଆ ଦୋକାନ ଗୁଡ଼ିକ ଖୋଲି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି l ଅଧିକାଂଶ ସମୟରେ ବଜାର ଉପରେ ଛୋଟ ବଡ଼ ଦୁର୍ଘଟଣା ଘଟି ବହୁ ଧନ ଜୀବନ ହାନି ଘଟୁଛି l ବର୍ତ୍ତମାନ ଭେଣ୍ଡିଙ୍ଗ ଜୋନ ଲଟା ବୁଦା ରେ ପରିପୂର୍ଣ୍ଣ ହେଇଥିବାରୁ ଭୁତ କୋଠୀ ଭଳି ଲାଗୁଛି l ପୂର୍ବ ସରକାର ଅମଳ ରେ ଅତି ନିମ୍ନ ମାନର କାମ ହୋଇ ଥିବା ମଧ୍ଯ ଅଭିଯୋଗ ହେଉଛି l ତେବେ ପ୍ରଶାସନ କେବେ ଏହାର ତଦନ୍ତ କରୁଛି କେବେ ପ୍ରଶାସନ ର ଶୁଭ ଦୃଷ୍ଟି ପଡ଼ୁଛି ବାଲିଗୁଡ଼ା ସହରବାସୀ ଅପେକ୍ଷା କରି ରହିଛନ୍ତି l
What's Your Reaction?






