ମ.ରାମପୁର ମହାବିଦ୍ୟାଳୟର ୪୬ ତମ ବାର୍ଷିକ ଉତ୍ସବ ପାଳିତ

କଳାହାଣ୍ଡି:ଲୋକ୍ ଆଵାଜ୍.ଇନ୍(ବ୍ୟୁରୋ)
ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁର ମହାବିଦ୍ୟାଳୟ ର ୪୬ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡା ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ମୁଖ୍ୟ ବକ୍ତା ଭାବେ କେସିଙ୍ଗା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀ ଯୋଗ ଦେଇ ପ୍ରଥମେ ଗଣେଶଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ଅଧ୍ୟକ୍ଷ ଶ୍ରୀ ପଣ୍ଡା ମହାବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ମୁଖ୍ୟ ଅତିଥି ଶ୍ରୀମତୀ ମହାନ୍ତି ମହାବିଦ୍ୟାଳୟ ହେଉଛି ଛାତ୍ର ଛାତ୍ରୀମାନଙ୍କର ଭବିଷ୍ୟତ ତିଆରି କାରାଖାନା। ଛାତ୍ର ଛାତ୍ରୀମାନେ ଶୃଙ୍ଖଳିତ ଭାବେ ଶିକ୍ଷା ଗ୍ରହଣ କରି ସମାଜରେ ପ୍ରତିଷ୍ଠିତ ହେବା ସହ ବିକଶିତ ଓଡ଼ିଶା ଗଠନରେ ସହଭାଗିତା ହୁଅନ୍ତୁ ବୋଲି ଉପସ୍ଥିତ ଛାତ୍ର ଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ। ଅଧ୍ୟାପକ କୈଳାସ ଚନ୍ଦ୍ର ପତି ମଞ୍ଚ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପୂରସ୍କାର ବିତରଣ କରିଥିଲେ। ଶେଷରେ ଅଧ୍ୟାପକ ଅମର ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
What's Your Reaction?






