ଶ୍ରୀ ଅନ୍ନ ଅଭିଯାନ ଓ ମାଣ୍ଡିଆ ମଣ୍ଡି ଉଦଘାଟିତ
ନୂଆପଡ଼ା - ଲୋକ ଆବାଜ.ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ବାବେବିର ପଞ୍ଚାୟତର ବାବେବିର ଗ୍ରାମରେ ଚଳିତ ଖରିଫ ୨୦୨୫-୨୬ ବର୍ଷ ପାଇଁ ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ମାଣ୍ଡିଆ ମଣ୍ଡି ଉଦଘାଟିତ ହୋଇଯାଇଛି । ଦୁଆର୍ଶନି ମିଲେଟ ଫାର୍ମସ ପ୍ରଡ୍ୟୁସର କମ୍ପାନୀ ଲିଟିସର୍ଗି ମ୍ୟାନେଜିଙ୍ଗ ଡାଇରେକ୍ଟର ଝମ୍ପେଶ୍ୱର ସଲମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ ନାୟକ,ପଲ୍ଲୀବିକାଶ ଅନୁଷ୍ଠାନ ସମ୍ପାଦକ ଡଃ ସୁରେଶ କୁମାର ରାଉତ,ଗୋଷ୍ଠୀ କୃଷି ଅଧିକାରୀ ଦୁଃଖୀରାମ ଟୁଡୁ,ୱାସନ୍ ରିଜିଓନାଳ କୋର୍ଡିନେଟର ଉଦୟ ମଣ୍ଡଳ,ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ନରସିଂହ ଜଗତ,ମାଣ୍ଡିଆ କ୍ରୟ ସଂସ୍ଥା ଟି ଡି ସି ସି ଓ ଏଲ୍ ବି ଏମ ହେମନ୍ତ ବେହେରା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ।ଏହି ଅବସରରେ ଶ୍ରୀ ଅନ୍ନ ଅଭିଯାନର ଖାଦ୍ୟ ମେଳା ଅନୁଷ୍ଠିତ ହୋଇଥିଲା।କ୍ଷୁଦ୍ରଶସ୍ୟ ଦ୍ଵାରା ପକୋଡ଼ି,ମାଣ୍ଡିଆ ମିଷ୍ଟାନ୍ନ,ଗୁରୁଜୀ ପଲାଉ ଓ କୋଦୋ କ୍ଷୀରି ପ୍ରସ୍ତୁତ କରି ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା ।ଆୟୋଜକ ଅନୁଷ୍ଠାନର ବ୍ଲକ ସଂଯୋଜକ ତରୁଣ କୁମାର ସା,ସହ ସଂଯୋଜକ ତୁଲରାମ ଗହିର,ଗୋଷ୍ଠୀ ସାଧନ କର୍ମୀ ଭକାଲୁ ତାଣ୍ଡି,ଚିତ୍ର ସେନ ସଲମା,ମିତା ବାଗ ପ୍ରମୁଖ କ୍ଷେତ୍ର କର୍ମୀମାନେ ଆୟୋଜନରେ ସହଯୋଗ କରିଥିଲେ।
What's Your Reaction?