ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ, ସ୍ତ୍ରୀକୁ ହାଣି ଫେରାର ହେଲା ସ୍ବାମୀ

Sep 10, 2024 - 08:35
 0  52
ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ, ସ୍ତ୍ରୀକୁ ହାଣି ଫେରାର ହେଲା ସ୍ବାମୀ

କଣ୍ଟାମାଳ:ଲୋକ ଆବାଜ.ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

 ରବିବାର ବିଳମ୍ବିତ ରାତିରେ ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି ମଦ୍ୟପ ସ୍ବାମୀ | ହତ୍ୟା ପରେ ସ୍ବାମୀ ଘଟଣା ସ୍ଥଳରୁ ଫେରାର ମାରିଥିଲା |ରବିବାର ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଥିବା ବେଳେ ସମସ୍ତେ ବେଶ ଆନନ୍ଦ ଉଲ୍ଲାସର ସହ ନୂଆଁଖାଇ ପାଳନ କରିଥିଲେ | ହେଲେ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି |

 ଏଭଳି ଅଭାବନୀୟ ଘଟଣା ଘଟିଛି କଣ୍ଟାମାଲ ବ୍ଲକଥାନା ଅନ୍ତର୍ଗତ ରେଙ୍ଗାଲି ପଞ୍ଚାୟତ ଚାରଭାଟି ଗାଁରେ । ମୃତ ମହିଳା ଙ୍କ ନାମ ଅଞ୍ଜଳି ତରିଆ ହୋଇଥିବା ବେଳେ ହତ୍ୟାକାରୀ ସ୍ୱମୀଙ୍କ ନାମ ସର୍ବେ ନାଏକ । ଘଣ୍ଟାପଡା ଥାନା ବନ୍ଧବାହାଲ୍ ଗ୍ରାମର ସର୍ବେଶ୍ୱର୍ ନାଏକ ୪ ବର୍ଷ ପୂର୍ବେ କଣ୍ଟାମାଳ ଥାନା ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ଚାରପାଲି ଗ୍ରାମର ଜିତ ତରିଆଙ୍କ ଝିଅ ଅଞ୍ଜଳି ତରିଆଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ | ଏପରିକି ତାଙ୍କର ୩ବର୍ଷର ଏକ ଝିଅ ଅଛି | ହେଲେ ୩ମାସ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଳହ ଲାଗି ରହିଥିବା ବେଳେ ଗତ ୨ବର୍ଷ ହେବ ଅଞ୍ଜଳି ସ୍ଵାମୀଙ୍କ ସହ ବାପ ଘରେ ରହି ଆସୂଥିଲେ | ଗତକାଲି ରବିବାର ନୂଆଁଖାଇ ଦିନ ସର୍ବେ ମଦ ପିଇ ରାତି ୭ଟାରେ ଘରକୁ ଆସିଥିଲେ | ଖାଇ ପିଇ ସମସ୍ତେ ଶୋଇବା ପରେ ମଦ୍ୟପ ସ୍ବାମୀ ପୂର୍ବ କଳହକୁ ନେଇ ରାତି ୩ଟା ସମୟରେ ଶୋଇଥିବା ବେଳେ ଏକ ଟାଙ୍ଗିଆରେ ସ୍ତ୍ରୀ ଅଞ୍ଜଳିର ଗଳାରେ ୪/୫ଚୋଟ ମାରି ହତ୍ୟା କରିଥିଲା | ଅଞ୍ଜଳି ମରି ଗଲି ବୋଲି ପାଟି କରିବାରୁ ପରିବାର ଲୋକେ ଉଠି ଦେଖିଲା ବେଳକୁ ଅଞ୍ଜଳି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିଥିଲେ । ହତ୍ୟା କରିବା ପରେ ମଦ୍ୟପ ସ୍ବାମୀ ବାଇକ୍ ଧରି ଘଟଣା ସ୍ଥଳରୁ ଫେରାର ମାରିଥିଲା| ପରିବାର ଲୋକେ ଜାଣିବା ପରେ ଗୁରୁତର ଅବସ୍ଥାରେ ଅଞ୍ଜଳିକୁ କଣ୍ଟାମାଳ ଡାକ୍ତରଖାନା ନେବା ସହ ପୁଲିସକୁ ଖବର ଦେଇଥିଲେ | ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ପୁଲିସ ଏକ ମାମଲା ରୁଜୁ କରି ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ଶବକୁ ମନମୁଣ୍ଡା ଡ଼ାକ୍ତରଖାନାକୁ ପଠାଇ ଥିବା ଜଣା ପଡ଼ିଛି |

What's Your Reaction?

like

dislike

love

funny

angry

sad

wow