ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଶ୍ୱ ଏଡ୍ସ ଦିବସ ପାଳିତ*-

Dec 1, 2024 - 19:37
 0  7
ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଶ୍ୱ ଏଡ୍ସ ଦିବସ ପାଳିତ*-

ସୁବର୍ଣ୍ଣପୁର :ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

ମାଁ ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖମ୍ବେଶ୍ୱରୀ ପାଲି ଯୁବ ରେଡ କ୍ରସ ଓ ରେଡ ରିବନ କ୍ଲବ ତରଫରୁ ବିଶ୍ବ ଏଡ଼ସ ଦିବସ ପାଳିତ ହୋଇ ଯାଇଛି।ଯୁବ ରେଡ କ୍ରସ୍ କାଉନସେଲର ଅଧ୍ୟାପକ ସୁମନ୍ତ କୁମାର ମିଶ୍ର ଙ୍କ ତତ୍ଵାବଧାନରେ ଛାତ୍ର ଛାତ୍ରୀ ମାନଙ୍କ ଏକ ସତେଚନତା ରାଲି କଲେଜ୍ ଠାରୁ ସ୍ଥାନୀୟ ବସ ଷ୍ଟପ ଯାଏଁ ଅନୁଷ୍ଠିତ ହୋଇ ଯାଇଅଛି। ଛାତ୍ର ଛାତ୍ରୀ ମାନେ ଏଡ଼ସ ରୋଗ ର ଭୟାବହତା , ଏହାର ନିରାକରଣ ଓ ଆମ୍ଭ ମାନଙ୍କ ଦାୟିତ୍ବ କର୍ତ୍ତବ୍ୟ ବିଷୟରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଶେଷରେ ବିଦ୍ୟାଳୟ ରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶ୍ବ ଏଡ଼ସ ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ବିଭିନ୍ନ କୃତି ପ୍ରତିଯୋଗୀ ମାନଙ୍କୁ ମାନ ପତ୍ର ଓ ଟ୍ରଫି ପ୍ରଦାନ କରା ଯାଇଥିଲା। ଏହି କାର୍ଯ୍ଯ କ୍ରମ ରେ କଲେଜ ଅଧ୍ୟକ୍ଷା ସ୍ବପ୍ନl ମହାପାତ୍ର, ଅଧ୍ୟାପକ ନାରାୟଣ ନାଏକ, ଖେଳ ଶିକ୍ଷକ ମଦନ ମୋହନ ପୁଟେଲ ଓ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରବଣ କୁମାର ମିଶ୍ର, ବେଦବ୍ୟାସ ବାଘ, ସୁନୀଲ ସେଠୀ ଯୋଗଦାନ କରି କାର୍ଯକ୍ରମ କୁ ସଫଳ କରାଇ ଥିଲେ।

What's Your Reaction?

like

dislike

love

funny

angry

sad

wow