ଗଣେଶ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

Aug 31, 2025 - 11:31
 0  85
ଗଣେଶ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

ବାଲିଗୁଡ଼ା:ଲୋକ୍ ଆବାଜ୍‌.ଇନ୍‌(ପ୍ରମୋଦ କୁମାର ଦଣ୍ଡସେନା)

କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ର ନୂଆସାହି ( କନ୍ଧସାହିଁ) ରେ ଗ୍ରାମ୍ୟ କମିଟି ପକ୍ଷରୁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଗଣେଶ ପୂଜା ଧୁମ୍ ଧାମରେ ପାଳିତ ହୋଇ ଯାଇଛି, ଇତି ଅବସରରେ ଶନିବାର ସନ୍ଧ୍ୟା ରେ ସାଂସ୍କୃତିକ ସନ୍ଧ୍ୟା ( ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବାଲିଗୁଡା  ବିଜେଡି ନିର୍ବାଚନ ମଣ୍ଡଳୀ ସଂଯୋଜକ ଟୁନା ଦାସ, ସମ୍ମାନିତ ଅତିଥି ଭାବରେ ବାଲିଗୁଡ଼ା ଏନ୍, ଏ, ସି ଅଧକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ତୁମୁଡ଼ିବନ୍ଧ ବ୍ଲକ୍ ବିଜେଡି ସଭାପତି ପ୍ରମୋଦ କୁମାର ସାହୁ,  ୱାର୍ଡ ନମ୍ବର 6କାଉନସିଲର ବିଭୁତି ଭୁଷଣ ଲହରିଆ, ଅବସରପ୍ରାପ୍ତ ଶିକ୍ଷକ ତଥା ବରାଳଦେବୀ ଯୁବ ନାଟ୍ୟ ସଂସଦ ର ସଭାପତି ବିଜୟ ଚନ୍ଦ୍ର ଖଣ୍ଡଗିରି,  କନ୍ଧସହି ଗ୍ରାମ୍ୟ କମିଟି ସଭାପତି ପ୍ରାମୁଖ ମଞ୍ଚାସୀନ ଥିଲେ, ଆୟୋଜିତ କାର୍ଯ୍ୟକ୍ରମ ପ୍ରାରମ୍ଭ ରୁ ମୁଖ୍ୟ ଅତିଥି ତଥା ଆମନ୍ତ୍ରିତ ଅତିଥିଗଣ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସହ ପୂଜାର୍ଚ୍ଚନା କରିଥିଲେ,  କୁନି କୁନି ନୃତ୍ୟ ପ୍ରତିଯୋଗୀ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ, ଏହି ଚିତ୍ତାକର୍ଷକ ସାଂସ୍କୃତିକ ସନ୍ଧ୍ୟା ବା ନୃତ୍ୟ ପ୍ରତିଯୋଗୀତା ଆମନ୍ତ୍ରିତ ଆଟିଥି ଉପସ୍ଥିତ ଦର୍ଶକ ଙ୍କୁ ମୋହିତ କରିଥିଲା ପରେ କୃତି ପ୍ରତିଯୋଗୀ ଙ୍କୁ ଅତିଥି ଗଣ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରିଥିଲେ,

What's Your Reaction?

like

dislike

love

funny

angry

sad

wow