ମାଓ କ୍ୟାମ୍ପ ଠାବ ବିପୁଳ ମାଓ ସାମଗ୍ରୀ ଜବତ 

Aug 16, 2024 - 22:00
Aug 17, 2024 - 07:48
 0  31


   
କଳାହାଣ୍ଡି : (ଲୋକ ଆବାଜ ବ୍ୟୁରୋ) କଳାହାଣ୍ଡି କନ୍ଧମାଳ ସୀମାନ୍ତରେ ଥିବା ମଦନପୁର ରାମପୁର ପୁଟ୍ରି ମହୁଲ ସଂରକ୍ଷିତ ଜଙ୍ଗଲରେ ଏକ ମାଓ କ୍ୟାମ୍ପ ଠାବ ହୋଇଥିବାବେଳେ,  ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଉଥିବା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ l 
      ସୂଚନାମୁତାବକ, କଳାହାଣ୍ଡି କନ୍ଧମାଳ ଜିଲ୍ଲା ସୀମାନ୍ତରେ ଥିବା ମଦନପୁର ରାମପୁର ଥାନା ଅନ୍ତର୍ଗତ ପୁଟ୍ରି ମହୁଲ ସଂରକ୍ଷିତ ଜଙ୍ଗଲରେ ଏକ ସିପିଆଇ ମାଓ କ୍ୟାମ୍ପ ଥିବା ଗତ ୧୩ ତାରିଖ ଦିନ ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା l କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଙ୍କ ନିର୍ଦେଶ କ୍ରମେ ଏସଓଜି ର ଚାରିଟି ଟିମ ସେହି ଅଞ୍ଚଳରେ କୁମ୍ବିଙ୍ଗ ଅପରେସନ କରିଥିଲେ l ୧୪ ତାରିଖ ଦିନ ଉକ୍ତ ଜଙ୍ଗଲରେ ୧୦ ରୁ ୧୨ ଜଣ ସଶସ୍ତ୍ର ମାଓବାଦୀଙ୍କ ସହ ଏସଓଜି ଯବାନ ମାନଙ୍କ ଆମନା ସାମ୍ନା ହୋଇଥିଲା l ପୋଲିସ ପକ୍ଷରୁ ଆତ୍ମ ସମର୍ପଣ କରିବାପାଇଁ ସେମାନଙ୍କୁ କହlଯାଇଥିଲା l କିନ୍ତୁ ମାଓବାଦୀ ମାନେ ଗୁଳି ଚାଳନlକରି ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ସେଠାରୁ ଖସିଯିବାକୁ ସଫଳ ହୋଇଥିଲେ l 
   ସର୍ଚ୍ଚ ଅପରେସନ ସମୟରେ ସେଠାରେ ଏକ ମାଓ କ୍ୟାମ୍ପକୁ ଯବାନ ମାନେ ଠାବ କରିବା ସହ ସେଠାରୁ ମାଓବାଦୀ ମାନେ ବ୍ୟବହାର କରୁଥିବା କିଟ ବ୍ୟାଗ, ଛତା, ଇଲେକ୍ଟ୍ରି ଡିଟୋନେଟର, ଇଲେକ୍ଟ୍ରି ତାର, ଟାଙ୍ଗିଆ, ବେଲ୍ଟ,ଟର୍ଚ୍ଚ, ବାଲ୍ଟି, ଛୁରୀ, ବାଣ, ମାଓ ପୁସ୍ତକ, ଔଷଧ ଏବଂ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରାଯାଇଛି l 
   ଏ ସମ୍ପର୍କରେ ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ସୂଚନା ଦେଇଛନ୍ତି l ଏହାସହ ବର୍ତମାନ ମଧ୍ୟ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ଦେଇଛନ୍ତି

What's Your Reaction?

like

dislike

love

funny

angry

sad

wow