ରାସ୍ତା ସଫେଇ କରି ଚର୍ଚ୍ଚା ରେ ସ୍କାଉଟ ର ଛାତ୍ର ଛାତ୍ରୀ

Aug 17, 2024 - 10:47
Aug 17, 2024 - 12:26
 0  39
ରାସ୍ତା ସଫେଇ କରି ଚର୍ଚ୍ଚା ରେ ସ୍କାଉଟ ର ଛାତ୍ର ଛାତ୍ରୀ

କର୍ଲାମୁଣ୍ଡା: ଲୋକ ଆବାଜ.ଇନ (ସତ୍ୟ ବ୍ରତ ବଗର୍ତ୍ତୀ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ରତନ ଭୋଇ ପଂଚାୟତ ସମିତି ହାଇସ୍କୁଲ ର ସ୍କାଉଟ    ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରାସ୍ତା ସଫେଇ ଅଭିଯାନ କୁ ଅଞ୍ଚଳରେ ପ୍ରସଂଶା କରାଯାଇଛି।ଏହି ବିଦ୍ୟାଳୟ ର ଅବସର ପ୍ରାପ୍ତ ଶିକ୍ଷକ ପବିତ୍ର ମୋହନ ପାଶା ଙ୍କ ନେତୃତ୍ୱରେ  ନେତାଜୀ ସ୍କାଉଟ୍ସ ଗ୍ରୁପ ର ଛାତ୍ର ଓ ଲଷ୍ମୀବାଇ ଗାଇଡ଼ କମ୍ପାନୀ ଛାତ୍ରୀ ମାନେ ବ୍ଲକ ସଦର ର ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ସପ୍ତାହ ରେ ରାସ୍ତା କଡରେ ପଡିଥିବା ପଲିଥିନ, ଆବର୍ଜନା ଗୁଡିକ ସଫେଇ କରି ଉଦାହରଣ ସୃଷ୍ଟି କରିପାରିଛନ୍ତି।ଏହା ବ୍ୟତୀତ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା ଦିଗରେ ଗାଁ ଗାଁ ବୁଲି ଜନ ସଚେତନତା ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି।

What's Your Reaction?

like

dislike

love

funny

angry

sad

wow