ମାଲକାନଗିରି ଜିଲ୍ଲାରେ ଠାବ ହେଲା ବଡ ଧରଣର ମାଓ ଡମ୍ପ

ମାଲକାନଗିରି: ଲୋକ୍ ଆବାଜ୍ .ଇନ୍ ( ଅବଦୁଲ ଗାନି)
ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡା ଜଙ୍ଗଲରେ କୁମିଂ ଅପରେସନ କରୁଥିବା ସମୟରେ ଏହି ମାଓ ଡମ୍ପକୁ ଠାବ କରିଛନ୍ତି ୧୪୨ବାଟାଲିଆନର ବିଏସଏଫ ଜବାନ । ବିଏସଏଫ ବାହିନୀ ଆଜି ସକାଳେ ଏରିଆ ଡମିନେସନ କରିବା ଲାଗି ଭେଜାଙ୍ଗିୱାଡା ଜଙ୍ଗଲକୁ ଯାଇଥିଲେ । ଦୟାଳତୂଙ୍ଗ ଗାଁ ପାଖରେ ଥିବା ଏକ ଗୁମ୍ଫା ଭିତରେ ତଲାସୀ କରିବା ବେଳେ ମାଓବାଦୀଙ୍କ ଏକ ଡମ୍ପ ଜବାନଙ୍କ ହାତରେ ଲାଗିଥିଲା । ଡମ୍ପ ଭିତରେ ଦୁଇଟି ଲେଣ୍ଡମାଇନ, ୬୨ ଟି ଜିଲୋଟିନ ଷ୍ଟିକ୍, ବେଟେରୀ, ବିଦ୍ଯୁତ ତାର, ସୋଲାର ପେନାଲ, ନକ୍ସଲ ପୋଷାକ ଓ ପ୍ରଚାର ପତ୍ର ରହିଥିଲା । ଲେଣ୍ଡମାଇନ ଉଦ୍ଧାର କରିବା ପରେ ଏହାକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷା କର୍ମୀ । ମାଓବାଦୀ ମାନେ ଜବାନଙ୍କୁ ଟାର୍ଗେଟ କରିବା ଲାଗି ଏହି ସବୁ ବିସ୍ଫୋରକ ସାମଗ୍ରୀ ଏକାଠି କରିଥିଲେ ବୋଲି ବିଏସଏଫ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି ।
What's Your Reaction?






