ମିନିଷ୍ଟାଡିୟମ ରେ ଯାତ୍ରା ରାବଣ ପୋଡି ଆୟୋଜନ କୁ କ୍ରୀଡାବିତ ଙ୍କ ତୀବ୍ର ବିରୋଧ............. ତହସିଲଦାର ଙ୍କ ଵାସଭବନ ଘେରିଲେ କ୍ରୀଡାବିତ

Oct 11, 2024 - 13:25
 0  7
ମିନିଷ୍ଟାଡିୟମ ରେ ଯାତ୍ରା  ରାବଣ ପୋଡି ଆୟୋଜନ କୁ କ୍ରୀଡାବିତ ଙ୍କ ତୀବ୍ର ବିରୋଧ............. ତହସିଲଦାର ଙ୍କ ଵାସଭବନ ଘେରିଲେ କ୍ରୀଡାବିତ

ବାଲିଗୁଡା- ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

ଶାରଦୀୟ ଦୁର୍ଗାପୂଜା ଅବସରରେ ମାଆ ପାଟଖଣ୍ଡା ଦୁର୍ଗାପୂଜା ସମିତି ପକ୍ଷରୁ ବାଲିଗୁଡା ମିନି ଷ୍ଟାଡିୟମ ପରିସରରେ ଅଵୟୋଜିତ ହେବାକୁ ଥିବା ରାବଣ ପୋଡି ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ତୀବ୍ର ବିରୋଧ କଲେ ବାଲିଗୁଡା ର ପ୍ରତିଭାବାନ କ୍ରୀଡାବିତ l ପ୍ରଶାସନ ଯାତ୍ରା ଆୟୋଜନ ଓ ରାବଣ ପୋଡି କାର୍ଯ୍ୟକ୍ରମ ପାଇଁ ଷ୍ଟାଡିୟମ ରେ ଅନୁମତି ଦେଇ ଥିବାରୁ କ୍ରୀଡାବିତ ଓ ସ୍ଥାନୀୟ ବାସିନ୍ଦା ନା ପସନ୍ଦ କରିଛନ୍ତି l ବାଲିଗୁଡା ଉପଖଣ୍ଡ ଅଞ୍ଚଳ ର କ୍ରୀଡା ଓ କ୍ରୀଡାବିତ ଙ୍କ ଉନ୍ନତି ପାଇଁ ଉଦ୍ଦିଷ୍ଟ ଖେଳ ପଡିଆ କୁ ଏକ ନିର୍ଦିଷ୍ଟ ଧର୍ମ ଓ ସମ୍ପ୍ରଦlୟ ର ଲୋକ ଙ୍କୁ ଯାତ୍ରା ପାଳନ ପାଇଁ ଅନୁମତି ଦେବା ଠିକ ନୁହଁ ବୋଲି ବୁଦ୍ଧିଜୀବି ମତ ପ୍ରକାଶ କରିଛନ୍ତି l

ଷ୍ଟାଡିୟମ ରେ ଲକ୍ଷ୍ୟାଧିକ ଟଙ୍କା ବ୍ୟୟ କରି ଘାସ ରୋପଣ ହୋଇ ଥିବାରୁ ଯାତ୍ରା ହେଲେ ଘାସ ନଷ୍ଟ ହେବ l ପଡିଆ ରେ ଟେଣ୍ଟ ନିର୍ମାଣ ହେଲେ ପଡିଆ ରେ ଟେଣ୍ଟ କଣ୍ଟା ପଡି ଖେଳାଳି ଙ୍କ ଗୋଡ଼ରେ ପଶିବା ସହିତ ଷ୍ଟାଡିୟମ ନଷ୍ଟ ହେବାର ଆଶଙ୍କା କରି ତୁରନ୍ତ ପ୍ରଶାସନ ଯାତ୍ରା ପାଇଁ ଦେଇଥିବା ଅନୁମତି କୁ ପ୍ରତ୍ୟାଖ୍ୟାନ ପାଇଁ ତହସିଲଦାର ଙ୍କ ଵାସ ଭବନ କୁ ଘେରାଉ କରିଥିଲେ ତୁରନ୍ତ ଏହାର ବିଚାର କରା ନ ଗଲେ ବାଲିଗୁଡା ର କ୍ରୀଡାବିତ ଷ୍ଟାଡିୟମ ଆଗରେ ଧାରଣା ରେ ବସିବାକୁ ଚେତାବନୀ ଦେଇଛନ୍ତି

What's Your Reaction?

like

dislike

love

funny

angry

sad

wow