କରମତଲା ବୁଢାରଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦଯାପିତ, ବାଳିକାରୁ ଅଞ୍ଜଳି ଓ ବାଳକରୁ ବିନ୍ୟାମିନ ଚମ୍ପିୟାନ ବିବେଚିତ

Dec 19, 2025 - 13:20
 0  84
କରମତଲା ବୁଢାରଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦଯାପିତ, ବାଳିକାରୁ ଅଞ୍ଜଳି ଓ ବାଳକରୁ ବିନ୍ୟାମିନ ଚମ୍ପିୟାନ ବିବେଚିତ

ସଇଁତଲା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ସେଲମା ଙ୍କ ରିପୋର୍ଟ)                                

  ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ କରମତଲା ବୁଢାରଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡିଆ ଠାରେ ଗତ ୨ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଗୁରୁବାର ଉଦଯାପିତ ହୋଇଯାଇଛି l ଏଥିରେ ୧୭ ବର୍ଷରୁ କମ ବାଳିକା ଓ ବାଳକ ଉଭୟ ମଧ୍ୟରେ ୨୦ ଗୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥିରେ ଚଳିତ ୨୫୨୫ ବର୍ଷରେ ବାଳିକା ବିଭାଗରୁ ଅଞ୍ଜଳି ପରଡିଆ ଓ ବାଳକ ବିଭାଗରୁ ବିନ୍ୟାମିନ କୁମ୍ଭାର ଚମ୍ପିୟାନ ବିବେଚିତ ହୋଇଛନ୍ତି l ଉକ୍ତ ଖେଳକୁ ଶାରୀରିକ ଶିକ୍ଷକ ବିବେକାନନ୍ଦ ସୁନାନୀ,ପ୍ରେମଜିତ ପଇତାଳ, ଚନ୍ଦାଚରଣ ସେଠ, ହେମନ୍ତ କରଣ, ସୁନୀଲ କୁମାର ଭୋଇ, କମଳାକାନ୍ତ ସାହୁ, ପ୍ରତ୍ୟୁଷ ସୁପକାର, ନୀଳିମା ଚନ୍ଦନ,ପ୍ରତିଭା ମନହୀରା, ରଶ୍ମିତା ବେମାଲଙ୍କ ତତ୍ତ୍ୱବଧାନରେ ବିଭିନ୍ନ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହାର ଉଦଯାପନୀ ଉତ୍ସବରେ ବିଦ୍ୟାଳୟ ଅଧ୍ୟକ୍ଷ ଦ୍ଵିତୀକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତା ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବରେ କରମତଲା ସରପଞ୍ଚ ତିଲୋତ୍ତମା ବାଗ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ସମ୍ପାଦକ ପ୍ରମୋଦ କୁମାର ସେଲମା ଓ ସ୍କୁଲ ସଭାପତି ରାଜ କିଶୋର ସିଂ ବୁଡ଼େକ ଓ ସାମାଜିକ କର୍ମୀ ପ୍ରଦୀପ ବାଗ ପ୍ରମୁଖ ଯୋଗଦାନ କରି ଉଭୟ ଛାତ୍ରୀ ଛାତ୍ର ମାନଙ୍କୁ ଉତ୍ସାହିତ କରିଥିଲେ l ଏହି ପରିପେକ୍ଷୀରେ ରାଜ୍ୟସ୍ତରୀୟ କ୍ରିକେଟ ଖେଳରେ ଭାଗ ନେଇଥିବା ଛାତ୍ରୀ ଆକୃତି ମହାକୁର ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଏହାର ପୁରସ୍କାର ବିତରଣୀ ଉତ୍ସବରେ ଶିକ୍ଷୟତ୍ରୀ ରୀନା କଲେତ ଓ ରାଧାରାଣୀ ଶତପଥିଙ୍କ ତତ୍ତ୍ୱବଧାନରେ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏହାର ଉଦଘାଟନୀ ଉତ୍ସବରେ ବିଦ୍ୟାଳୟ ଅଧ୍ୟକ୍ଷ ଦ୍ୱିତୀକୃଷ୍ଣ ପ୍ରଧାନ ଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘଟନ କରୁଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅବସର ପ୍ରାପ୍ତ ଖେଳ ଶିକ୍ଷକ ନିମାଇ ମନହିରା, ବିଦ୍ୟାଳୟ ସଭାପତି ରାଜ କିଶୋର ସିଂ ବୁଡ଼େକ ଯୋଗଦାନ କରିଥିଲେ l ଉକ୍ତ ସଭାକୁ ଶିକ୍ଷକ ଜଗଦିଶ ଚନ୍ଦ୍ର ମିଶ୍ର ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ଦୀପାଞ୍ଜଳି ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ l ଏହି କ୍ରୀଡାରେ ଶିକ୍ଷୟତ୍ରୀ ରେଶମା ଗଡ଼ତ୍ୟା, ସୁରେଶ ପ୍ରଧାନ, ଅନୁବ୍ରତ ପ୍ରଧାନ, ବିଶ୍ୱ ରଞ୍ଜନ ଆଚାର୍ଯ୍ୟ ଓ ପିତାମ୍ବର ବୁଡ଼େକ, ଯୁବ ସ୍ବେଛାସେବୀ ଜତିରାଜ ବାଗ ଓ ଗଣନାଥ ବୁଡ଼େକ ସମସ୍ତେ ଛାତ୍ର ଛାତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow