ମିଳିତ ଆଦିବାସୀ ସଂଘ ର ବୈଠକ :

Mar 22, 2025 - 15:22
 0  8
ମିଳିତ ଆଦିବାସୀ ସଂଘ ର ବୈଠକ :

ମିଳିତ ଆଦିବାସୀ ସଂଘ ର ବୈଠକ:

ମ,ରାମପୁର: ଆଦିବାସୀ ଙ୍କ ଉନ୍ନୟନ କାର୍ଯ୍ୟକ୍ରମ କୁ ନେଇ ମିଳିତ ପଞ୍ଚାୟତ ସ୍ତରୀୟ ଆଦିବାସୀ ସଂଘର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା | ମୋହନଗିରି, ମାନିକେରା, ଲୁବେନ୍ ଗଡ଼ ଓ ସିଂହପୁର ପଞ୍ଚାୟତର ସଂଖ୍ୟାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ | ଅଞ୍ଚଳର ବିକାଶ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା |ଅଙ୍ଗନୱାଡ଼ି ,ସେବାଶ୍ରମ, ଶହେ ଶଯ୍ୟା ବିଶିଷ୍ଟ ଆଦିବାସୀ,ହରିଜନ ଛାତ୍ରାବାସର ସୁବ୍ୟବସ୍ଥା ଉପରେ ଗୁରୁତ୍ବ ଦେବାକୁ, ଅଭିଭାବକ, ପିତୃ ମାତୃ ସଂଘ ଓ ବିଦ୍ୟାଳୟ ସ୍ତରୀୟ ସଭାପତିମାନଙ୍କୁ କୁହାଯାଇଥିଲା, ପିଲାଙ୍କ ଛାତ୍ରବୃତ୍ତି ସଠିକ୍ ଢଙ୍ଗରେ ମିଳିବାକୁ ଧ୍ୟାନ ଦିଆଗଲା, ନକଲି ଆଦିବାସୀ ଓ ଜାଲ ଜାତି ପ୍ରମାଣ ପତ୍ରକୁ ରଦ୍ଧ୍ ପାଇଁ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସକାଶେ ନିଷ୍ପତ୍ତି ନିଆଗଲା | ଗାଁକୁ ଯାଇ ପ୍ରତି ସପ୍ତାହରେ ଜନ ସଚେତନତା ପାଇଁ ନିଷ୍ପତ୍ତି ନିଆଗଲା | ସାମାଜିକ, ସାଂସ୍କୃତିକ ଓ ଅର୍ଥନୀତିକ ସଂବୃଦ୍ଧି ପାଇଁ ଆଲୋଚନା କରାଗଲା | ସଭାପତି ବୈଦ୍ୟନାଥ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର ଧରୁଆ, ପୂର୍ବ ସରପଞ୍ଚ ବିଦ୍ୟାଧର ପାତ୍ର, ସୂର୍ଯ୍ୟକାନ୍ତ ଧରୁଆ,ଡ଼. କୌତୁକ ପନ୍ଦର,ସୁରେଶନ ପୁଟା, ବରୁଣ ପୁଟା, ସିଲି ମାଝୀ, ପ୍ରିୟବ୍ରତ ପନ୍ଦର, ପୂର୍ଣ୍ଣମୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। | ଆଗାମୀ ଦିନରେ ଅଞ୍ଚଳ ରେ ଆଦିବାସୀ ଙ୍କ ଉନ୍ନୟନ ପାଇଁ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଭାଗିତା ଓ ସହଯୋଗ କରିବାକୁ ନିଷ୍ପତ୍ତି ହେଇଥିବା ଜଣା ପଡ଼ିଛି ।

What's Your Reaction?

like

dislike

love

funny

angry

sad

wow