କଣ୍ଟାମାଳ ଡିଗ୍ରୀ କଲେଜ ଇତିହାସ ସମ୍ମାନର ନୂତନ ଛାତ୍ରୀଛାତ୍ରଙ୍କ ସ୍ଵାଗତ ସମାରୋହ

କଣ୍ଟମାଳ:ଲୋକ୍ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ପଞ୍ଚାୟତ ଡିଗ୍ରୀ କଲେଜରେ ପୁରାତନ ଛାତ୍ରଛାତ୍ରୀମାନେ ନବାଗତ ପ୍ରଥମ ବର୍ଷର ଭାଇ ଭଉଣୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ସମାରୋହ କଲେଜ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଇତିହାସ ଅଧ୍ୟାପକ ବସନ୍ତ କୁମାର ଖଟୁଆ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସ୍ଵାଗତ ସଭାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ. ବସନ୍ତ କୁମାର ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ଯୁଗରେ ଶିକ୍ଷାର ଗୁରୁତ୍ଵ ଏବଂ ସଦଉପଯୋଗ ଉପରେ ନବାଗତ ଛାତ୍ର ଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ l ସେହିପରି ବିଭାଗୀୟ ମୁଖ୍ୟ ଅଧ୍ୟାପକ ସାଗର ବଗର୍ତ୍ତୀ ସମ୍ମାନୀତ ଅତିଥିଭାବେ ଯୋଗଦେଇ ସମସ୍ତେ ଶୃଙ୍ଖଳିତ ରହି ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ସମ୍ମାନ ଦେବା ସହ ଶିକ୍ଷା ଉପରେ ଗୁରୁତ୍ୱାରୋପ ପାଇଁ ପରାମର୍ଶ ଦେଇଥିଲେ । ସେହିପରି ଅନ୍ୟତମ ସମ୍ମାନୀତ ଅତିଥି ଅଧ୍ୟାପିକା ନିର୍ମଳା ଭୋଇ, ଓଡ଼ିଆ ବିଭାଗୀୟ ମୁଖ୍ୟ ଅଧ୍ୟାପକ କିଶୋର ଚନ୍ଦ୍ର ଜଗଦେବ,ଓଡ଼ିଆ ଅଧ୍ୟାପକ ସୁନୀଲ କୁମାର ହରିପାଲ,ପଦାର୍ଥ ବିଜ୍ଞାନ ଅଧ୍ୟାପକ ଶିବଦତ୍ତ ପୁରୋହିତ ପ୍ରମୁଖ ଉପସ୍ଥିତ ରହି ନବାଗତଙ୍କୁ ଦିଗ ଦର୍ଶନ ଦେଇଥିଲେ। ପ୍ରାରମ୍ଭରେ ସଂଜୀବ ଭୋଇନା ଅତିଥି ପରିଚୟ ଓ ସଭା ସଂଯୋଜନା କରିଥିଲେ l ନବାଗତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ପୁରାତନ ଛାତ୍ରୀ ସୁଷମା ସାହୁଙ୍କ ସଂଯୋଜନା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା l ଛାତ୍ରୀ ସଂଘମିତ୍ରା ଭଏନା ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ଚତୁର୍ଭୁଜ, ହେମନ୍ତ, ସୁଦାମ, ସମାରୁ, ବିକ୍ରମ, ସଂଜୀବ, ଶାନ୍ତନୁ, ମଣ୍ଟୁ, ଲିପୁନ, ରାନୀ, ତପସ୍ୱିନୀ ସମେତ ତୃତୀୟ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ।
What's Your Reaction?






