ମିଳିତ ପଶ୍ଚିମେଶ୍ଵର ଶିବ ମନ୍ଦିର ରିଞ୍ଜା ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା:୨୭/୨ ଲୋକ ଆବାଜ, ବ୍ୟୁରୋ ରିପୋର୍ଟ
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଂଜା ପଶ୍ଚିମେଶ୍ବର ଶିଵ ମନ୍ଦିର ଠାରେ ପ୍ରଥମ ରାତ୍ରି ରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଆୟୋଜିତ ସଭା କାର୍ଯ୍ୟ ରେ ଅତିଥି ଭାବେ ମୁଇ କଳାହାଣ୍ଡି ଫର କଳାହାଂଡିଆ ସଂଗଠନ ର ମୁଖ୍ୟ ଲକ୍ଷ୍ମୀକାନ୍ତ ପଣ୍ଡା,ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ଓ ସୁରେଶ ଚୌଧୁରୀ, ଓଡିଶା ଆଦର୍ଶ ବିଦ୍ୟାଳୟ ର ରାଜ୍ୟ ସଭାପତି ରିପୁ ଦମନ ସୌରଭ ମିଶ୍ର, ସାମ୍ବାଦିକ ପ୍ରଦୀପ କୁମାର ସାହୁ ଓ ନବୀନ କିଶୋର ସାହୁ,ଶିକ୍ଷକ ଉଜ୍ଜ୍ୱଳ କୁମାର ସାହୁ, ଗଜବାହାଲ ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ପୂଜାରାଣୀ ସାହୁ ପ୍ରମୁଖ ଯୋଗ ଦେଇ ମନ୍ଦିର ର ବିକାଶ ଦିଗରେ ବିଭିନ୍ନ ମତ ପ୍ରକାଶ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଷ୍ଣୁ ମାଝୀ, ଫକୀର ସାହୁ,ରାମ ଚୌଧୁରୀ, ଭୀମ ମାଝୀ, ବିନୋଦ ମାଝୀ, ପ୍ରଭାକର ଭୋଇ,ଦେବ ମାଝୀ, ହେମନ୍ତ ମାଝୀ, କୁଞ୍ଜ ମାଝୀ, ସମ୍ଭୁପ୍ରସାଦ ମାଝୀ, ଅବେଲ ମାଝୀ, ରାମଧରି ମାଝୀ, ଶ୍ରୀ କୃଷ୍ଣ ପୁଟେଲ,ବିରଞ୍ଚି ମହାପାତ୍ର, ବେଦ ବ୍ୟାସ ଚୌଧୁରୀ , କମିଟି ସଭାପତି ଜ୍ଞାନ ପ୍ରକାଶ ମାଝୀ , କୋଷାଧ୍ୟକ୍ଷ ସରୋଜ ମାଝୀ ସମେତ ସମସ୍ତ ସଦସ୍ୟ ପ୍ରମୁଖ ସହଯୋଗ କରୁଛନ୍ତି।ଦୁଇ ଦିନ ଧରି ଶିବ ପୁରାଣ ପାରାୟଣ ଗାୟକ ଲିଲାମୟ ମିଶ୍ରଙ୍କ ଦ୍ଵାରା ପଠନ କରାଯାଇଛି।
What's Your Reaction?






