ମୋ ସେବା କେନ୍ଦ୍ରକୁ ଆକସ୍ମିକ ପରିଦର୍ଶନ କଲେ ନୂଆପଡ଼ା ଜିଲ୍ଲାପାଳ ।

ନୂଆପଡ଼ା - ଲୋକ ଆବାଜ୍.ଇନ୍(ରାମନାଥ ପଣ୍ଡା ଙ୍କ ରିପୋର୍ଟ)
ନୂଆପଡା ଜିଲ୍ଳାରେ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ଜନ ସେବା କେନ୍ଦ୍ର ମାନଙ୍କରେ କିଭଳି ହେଉଛି ଏହା ନିରୀକ୍ଷଣ କରିବା ପାଇଁ ଜିଲ୍ଲପାଳ ମଧୁସୂଦନ ଦାଶ ଆଜି ହଠାତ ଖରିଆରରୋଡ ଏନ ଏ ସି ସ୍ଥିତ କିଛି କମ୍ପୁଟର କେନ୍ଦ୍ର ନିରୀକ୍ଷଣ କରିଥିଲେ l ଏହି ଅବସରରେ ସେଠାରେ ଉପସ୍ଥିତ ମହିଳା ହିତାଧିକାରୀ ମାନଙ୍କୁ ସେମାନେ ନିଶୁଳ୍କ ଭାବରେ ଏହି ସେବା ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ ଓ ସୁଭଦ୍ରା ଯୋଜନା ସମ୍ପର୍କରେ ବୁଝାଇଥିଲେ l ମହିଳା ମାନେ ଜିଲ୍ଳା ପ୍ରଶାସନ ସହାୟତାରେ ସୁଭଦ୍ରା ଆବେଦନ ସହଜରେ କରି ପାରୁଛନ୍ତି ବୋଲି ଜିଲ୍ଲାପାଳଙ୍କୁ କହିଥିଲେ l ପରିଦର୍ଶନ ସମୟରେ ଜିଲ୍ଳା ଇ-ଶାସନ ପରିଚାଳକ ବୀରେନ୍ଦ୍ର ସିଂହ ଦଣ୍ଡସେନା ଓ ଜିଲ୍ଳା ପରିଚାଳକ ଜନସେବା କେନ୍ଦ୍ର ଦେବାଶିଷ ପାଢ଼ୀ ଉପସ୍ଥିତ ଥିଲେ l
What's Your Reaction?






