କେନ୍ଦୁ ଗଣ୍ଡି ଚୋରା ଚାଲାଣ ଘଟଣା, ଗଣ୍ଡି ଅସଲି ହେଲେ କାଗଜ ନକଲି, ଘଟଣାର ତଦନ୍ତ କଲେ ଆରସିସି ଏଫ, ହାତରେ ଲାଗିଲା ବହୁ ଗୁରୁତ୍ୱପୂର୍ଣ ତଥ୍ୟ, ସନ୍ଦେହରେ ବନ ବିଭାଗର ଭୂମିକା

Oct 30, 2024 - 20:15
 0  14
କେନ୍ଦୁ ଗଣ୍ଡି ଚୋରା ଚାଲାଣ ଘଟଣା, ଗଣ୍ଡି ଅସଲି ହେଲେ କାଗଜ ନକଲି, ଘଟଣାର ତଦନ୍ତ କଲେ ଆରସିସି ଏଫ, ହାତରେ ଲାଗିଲା ବହୁ ଗୁରୁତ୍ୱପୂର୍ଣ ତଥ୍ୟ, ସନ୍ଦେହରେ ବନ ବିଭାଗର ଭୂମିକା

କଣ୍ଟାମାଳ:ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

କଣ୍ଟାମାଳ ରେଞ୍ଜ ଅଂଚଳରୁ ବହୁ ମୂଲ୍ୟବାନ କେନ୍ଦୁଗଣ୍ଡି ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବା ବେଳେ ମଙ୍ଗଳବାର ଘଟଣାର ତଦନ୍ତ ଆରମ୍ଭ ହୋଇଛି ।ଉକ୍ତ ଘଟଣାର ତଦନ୍ତ ପାଇଁ ବ୍ରହ୍ମପୁରରୁ ଆରସିସିଏଫ ଆସି ପ୍ରଥମେ କଣ୍ଟାମାଳ ରେଞ୍ଜ କାର୍ଯ୍ୟାଳୟ ଓ ପରେ କେନ୍ଦୁଗଣ୍ଡି କଟା ଯାଇଥିବା ସ୍ଥାନ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଥିଲେ । ପରେ ମନମୁଣ୍ଡା ରେଞ୍ଜ କାର୍ଯ୍ୟାଳୟରେ ପହଂଚି ଆସିଥିବା ଅଭିଯୋଗର ଶୁଣାଣି କରିଥିଲେ ।ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଅଧୀନ ଘଣ୍ଟାପଡା ନିକଟ ଲଣ୍ଡାପଦରରେ ଗତ ଏକମାସ ହେବ ସିଂହଳ ଏଣ୍ଟରପ୍ରାଇଜେସ ନାମକ ସଂସ୍ଥା ଖୋଲିଛି ଏକ ନୂଆ ଟିମ୍ୱର ଡିପୋ । ଡିପୋରେ ବେଆଇନ କେନ୍ଦୁଗଣ୍ଡି ରହିଥିବା ଖବର ପାଇ ଗତ ଶନିବାର କଣ୍ଟାମାଳ ରେଞ୍ଜର କ୍ଷୀରାଦ୍ରୀ ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍ ଉକ୍ତ ଡ଼ିପୋରେ ଚଢ଼ାଉ କରି ୧୩୯ ଖଣ୍ଡ କେନ୍ଦୁଗଣ୍ଡି ଜବତ କରିଥିବା ବେଳେ ଜଣକୁ ଗିରଫ କରିଥିଲା ।

ସବୁଠୁ ଆଶ୍ଚର୍ଯ୍ୟର କଥା ଯେ ଉକ୍ତ ରିଜର୍ଭ ଜଙ୍ଗଲ ନିକଟରେ ଡିପୋକୁ କେଉଁ ଉଦ୍ଦେଶ୍ୟରେ ଜିଲ୍ଲା ବନାଞ୍ଚଳ ଅଧିକାରୀ ଦେବପ୍ରିୟ କମ୍ପ ଅନୁମତି ଦେଲେ ତାହାର ତଦନ୍ତ ସାପେକ୍ଷ ।କିନ୍ତୁ ସଂସ୍ଥା ଆରମ୍ଭରୁ କରି ଦେଇଛି ସାଙ୍ଘାତିକ ଖେଳ । ଗିରଫ ଅଭିଯୁକ୍ତ କାଠଗଣ୍ଡି ସବୁକୁ ଛତିଶଗଡରୁ ଆଣିଥିବା କହି ନକଲି କାଗଜ ପତ୍ର ଦେଖାଇ ଖସିଯିବାକୁ ବସିଥିଲା। ହେଲେ ତଦନ୍ତ ପରେ କାଠ ସବୁ ଛତିଶଗଡର ନୁହେଁ ବରଂ କଣ୍ଟାମାଳ ରେଞ୍ଜ ଅଞ୍ଚଳର କେନ୍ଦୁଗଣ୍ଡି ରହିଥିବା ଜଣାପଡିଥିଲା ।ଯଦି କଣ୍ଟାମାଳ ବନବିଭାଗ ଏତେ ସକ୍ରିୟ ଥିଲା ତାହା ହେଲେ ଏତେ ପରିମାଣର କେନ୍ଦୁଗଣ୍ଡି କଟାଯାଇଛି ହେଲେ ସ୍ଥାନୀୟ ଫରେଷ୍ଟର କି ବନ କର୍ମଚାରୀ ଏସବୁ ଜାଣିନାହାନ୍ତି ନା କିପରି ଏହି ଚୋରାଚାଲାଣ ଦିଗରେ ତାଙ୍କର ବି ମଧ୍ୟ ହାତ ଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ଯଦି ଡିପୋର ଫଳକ ଉପରେ ନଜର ପକେଇବା ତାହେଲେ ସଂସ୍ଥାର ହେଡ ଅଫିସ ସମ୍ବଲପୁର ରହିଥିବା ବେଳେ କଣ୍ଟାମାଳ ଠାରେ ଖୋଲିଛି ତାହାର ଶାଖା କାର୍ଯ୍ୟାଳୟ । ଯାହା ଅଞ୍ଚଳବାସୀଙ୍କୁ ଆଶ୍ଚର୍ଯ୍ୟ କରିବା ସ୍ଵାଭାବିକ ।ପୂର୍ବରୁ କଣ୍ଟାମାଳ ବନବିଭାଗ ପକ୍ଷରୁ କିଛି ହାତଗଣତି କେନ୍ଦୁଗଣ୍ଡି ଚୋରାଚାଲାଣ ଗାଡ଼ିକୁ ବାହାର ରାଜ୍ୟକୁ ଚାଲାଣ ବେଳେ ଚଢ଼ାଉ କରି ଜବତ କରିଥିଲା । ଯାହାକି କଣ୍ଟାମାଳ ଅଞ୍ଚଳରୁ ବାହାର ରାଜ୍ୟକୁ କେନ୍ଦୁଗଣ୍ଡି ଚାଲାଣ ହେଉଥିବା ସ୍ପଷ୍ଟ ପ୍ରମାଣିତ କରୁଛି ।ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କଥା ଡିଏଫଓ ଶ୍ରୀ କମ୍ପ ବୌଦ୍ଧରେ ଯୋଗଦେବା ପରଠାରୁ କଣ୍ଟାମାଳ ଅଞ୍ଚଳରେ କାଠ ମାଫିଆ ସକ୍ରିୟ ରହିଥିବା ବିଶ୍ଵସ୍ତ ସୁତ୍ରରୁ ଜଣାପଡିଛି l ଯେହେତୁ ସରକାର ବଦଳିଛି ଡିଏଫଓ ଶ୍ରୀ କମ୍ପ ଙ୍କ ଆସନ୍ନ ବଦଳି ହେବାର ଖବର ପାଇସାରିଛନ୍ତି ।ତେଣୁ ଯିବା ପୂର୍ବରୁ ମୋଟା ଅଙ୍କର ଅର୍ଥ ନେଇ ଡ଼ିପୋକୁ ଅନୁମତି ଦେଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । କେବଳ ଡିଏଫଓ ନୁହେଁ ତାଙ୍କର ଖାସ୍ ଲୋକ ଥିବା କେହି ଜଣେ ମହିଳା ଫରେଷ୍ଟରଙ୍କ ସ୍ଵାମୀଙ୍କ ଠୁ ଆରମ୍ଭ କରି ଅନେକ ଜଙ୍ଗଲ ବିଭାଗର କର୍ମଚାରୀ ଏଥିରେ ସାମିଲ ଥିବା ଅନୁମାନ କରାଯାଉଛି ।ସଂସ୍ଥାର ମୁଖ୍ୟ ତଥା ଗିରଫ ଅଭିଯୁକ୍ତଙ୍କ ଜଣେ ସମ୍ପର୍କୀୟ ନାମ ଗୋପନ ରଖିବା ସର୍ତରେ କହିଛନ୍ତି କିଏ କେତେ ଅର୍ଥ ନେଇଛନ୍ତି ? ଯଦି ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବ ଏବଂ ଗିରଫ ଅଭିଯୁକ୍ତଙ୍କ ଆକାଉଣ୍ଟ କିମ୍ବା ଫୋନ୍ ପେ ସହ କଲ ଡିଟେଲସ ଯାଞ୍ଚ କରାଯିବ ତାହେଲେ ସମସ୍ତଙ୍କ ମୁଖା ଖୋଲିଯିବ । ସେ ଆହୁରି କହିଛନ୍ତି ଡିଏଫଓ ଙ୍କ ଖାସ୍ ଲୋକଙ୍କୁ ଅନେକ ଥର ମୋଟା ଅର୍ଥର ଟଙ୍କା ପ୍ରଦାନ କରାଯାଇଛି I ତାହେଲେ ଏଠି ପ୍ରଶ୍ନ ଉଠୁଛି କଣ୍ଟାମାଳ ରେଞ୍ଜ ଅଞ୍ଚଳରେ ଡିଏଫଓ ଙ୍କ ସେ ଖାସ୍ ଲୋକଟି କିଏ ? ନୁଆ ସରକାରରେ ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବ ନା ପୂର୍ବ ପରି ପରି ଘଟଣାକୁ ଚପେଇବାବୁ ପ୍ରଚେଷ୍ଟା କରାଯିବ ତାହା ଆଗାମୀ ଦିନରେ ସମୟ କହିବ । ଉକ୍ତ ତଦନ୍ତ ପ୍ରକ୍ରିୟାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁରେଇ ଦିଆ ଯାଇଥୁବାରୁ ତଦନ୍ତ ପ୍ରକ୍ରିୟର ସ୍ୱଚ୍ଛତାକୁ ନେଇ ଆଶଙ୍କା ପ୍ରକାଶ ପାଇଛି | ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରରେ ଦାବି ହେଉଛି |

What's Your Reaction?

like

dislike

love

funny

angry

sad

wow