୩୦ ବର୍ଷିଆ ବିଧବା ମହିଳା ଙ୍କ ମୁଣ୍ଡ ଉପରେ ୪ ସନ୍ତାନ ବୋଝ.....

Oct 3, 2024 - 16:15
 0  23
୩୦ ବର୍ଷିଆ ବିଧବା ମହିଳା ଙ୍କ ମୁଣ୍ଡ ଉପରେ ୪ ସନ୍ତାନ ବୋଝ.....

କର୍ଲାମୁଣ୍ଡା:ଲୋକ ଆବାଜ. ଇନ (ବ୍ୟୁରୋ ରିପୋର୍ଟ)

 ଏକ ଅଭାବନୀୟ ଘଟଣା ଜଣେ ଅଳ୍ପ ବୟସ୍କ ମହିଳାଙ୍କ କାନ୍ଧ ରେ ୪ ରି ସନ୍ତାନ ର ବୋଝ ଲଦିଦେଇଥିବା ଜଣା ପଡିଛି , ଏପରି ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଂଜା ରେ ଘଟିଥିବା ଦେଖିବାକୁ ମିଳିଛି ।ସୂଚନା ମତେ ଏହି ଗାଁ ର ସ୍ବର୍ଗତ ଚୁଡାମଣୀ ସେଲମା (୩୫) ସ୍ତ୍ରୀ ସୁମିତ୍ରା ସେଲମା( ୩୦) ବଡ଼ ଝିଅ ପ୍ରତିଜ୍ଞା ସେଲମା( ୧୩) ସପ୍ତମ ଶ୍ରେଣୀ ଛାତ୍ରୀ,ଦ୍ୱିତୀୟ ଝିଅ ନିହାରିକା ସେଲମା (୯) ତୃତୀୟ ଶ୍ରେଣୀ ଛାତ୍ରୀ, ତୃତୀୟ ଝିଅ ସିଦ୍ଧିଦାତ୍ରୀ ସେଲମା (୪) କନିଷ୍ଠ ପୁତ୍ର ଆହ୍ୱାନ ସେଲମା (୨) କୁ ନେଇ ବେଶ ହସ ଖୁସିରେ ସଂସାର ଚାଲିଥିଲା। ଚୂଡ଼ାମଣି ଚପଲ ଦୋକାନ କରି ସାପ୍ତାହିକ ହାଟ ମାନଙ୍କରେ ଚପଲ ବିକ୍ରୟ କରି ପରିବାର କୁ ପୋଷୁଥିଲେ, ତେବେ ଗତ ଡିସେମ୍ବର ମାସରେ ଚୂଡ଼ାମଣି ହଠାତ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ବିଶାଖାପାଟଣା ଏକ ଘରୋଇ ଡାକ୍ତରଖାନାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଜରିଆରେ ଚିକିତ୍ସା ଆରମ୍ଭ କରେଇଥିଲେ, ସେଠାରେ ତାଙ୍କର ଲିଭର ନଷ୍ଟ ହୋଇଥିବା ଜଣା ପଡିବା ପରେ ଘରର ଜମି କୁ ବିକ୍ରି କରି ୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ହେଁ,ରୋଗ ଠୀକ ହୋଇ ପାରିନଥିଲା,ଶେଷରେ ଚଳିତ ବର୍ଷ ଅଗଷ୍ଟ ମାସରେ ଚୂଡ଼ାମଣି ମୃତ୍ୟୁବରଣ କରିଥିଲେ। ସ୍ଵାମୀ ଙ୍କ ମୃତ୍ୟୁ ପରେ ୪ ସନ୍ତାନ କୁ କିପରି ପୋଷିବେ ଓ ପାଠ ପଢେଇବେ, ସେନେଇ ଭାଙ୍ଗି ପଡିଛନ୍ତି ସୁମିତ୍ରା ସେଲମା। ଏହା ବ୍ୟତୀତ ସୁମିତ୍ରା ଙ୍କ ଶଶୁର ଦାଶରଥି ସେଲମା ପଂଚାୟତ ର ଚତୁର୍ଥ କର୍ମଚାରୀ ,ତାଙ୍କର ଦରମା ମାସିକ ୨୨୦୦ ଟଙ୍କା।ଅଳ୍ପ ଦରମା ରେ ଏତେ ବଡ଼ ପରିବାର କୁ କେମିତି ଖାଇବାକୁ ଦି ମୋଠା ଯୋଗାଡ଼ କରିବେ ସେ ନେଇ ଦାଶରଥି ଭାଙ୍ଗି ପଡିଛନ୍ତି। ଅନ୍ୟ ପଟେ ଶଶୁର ଦାଶରଥି ଙ୍କ ମୁଣ୍ଡ ଉପରେ ଦ୍ୱିତୀୟ ପୁଅ ଓ ବୋହୁ ,ତାଙ୍କ ପତ୍ନୀ ସାନ ପୁଅ ତା ସାଙ୍ଗକୁ ବୃଦ୍ଧ ବାପା ଏପରି କି ୧୧ ଜଣ ବିଶିଷ୍ଟ ପରିବାର କୁ ନେଇ ସଂସାର। ସରକାରୀ ସହାୟତା କହିଲେ ସୁମିତ୍ରା ଙ୍କ ବିଧବା ଭତା ଏକ ହଜାର ,ଶଶୁରଙ୍କ ମାସିକ ଦରମା ୨୨ ଶହ ଓ ଅଜା ଶଶୁର ଙ୍କ ବୃଦ୍ଧ ଭତ୍ତା ଏକ ହଜାର ଟଙ୍କା ସାଙ୍ଗକୁ ରାସନ କାର୍ଡ ଜରିଆରେ ମିଳୁଥିବା ୫୫କେଜି ଚାଉଳ।ଏଣୁ ବାପ ଛେଉଣ୍ଡ ଏହି ୪ରି ପିଲାଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ସମିତି ପକ୍ଷରୁ ସହାୟତା ଯୋଗାଇଦେବାକୁ ଗ୍ରାମ ବାସୀ ଦାବି କରିଛନ୍ତି।

What's Your Reaction?

like

dislike

love

funny

angry

sad

wow