ଯୁବ ସମର୍ପଣ ଦିବସ ଅବସର ରେ ରକ୍ତ ଦାନ ଶିବିର, ମାଗଣା ଚକ୍ଷୁ ଯୋଗ ଶିକ୍ଷକ ଙ୍କୁ ପ୍ରମାଣ ପତ୍ର ବଣ୍ଟନ ଓ ବରିଷ୍ଟ ନାଗରିକ ଙ୍କୁ ଶୀତ ବସ୍ତ୍ର ପ୍ରଦାନ*

- ସୋନପୁର :ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ଆଜି ସୁବର୍ଣ୍ଣପୁର ଜିଲ୍ଲାର ସଦର ମହକୁମା ରେ ଯୁବ ସମର୍ପଣ ଦିବସ ପାଳନ ଅବସର ରେ ବିଭିନ୍ନ ଯାଗାରେ ବିଭିନ୍ନ ସେବା କାର୍ଯ୍ୟ ଅନୁଷ୍ଟିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଆଜିର ଆଧୁନିକ ସମାଜରେ ଯୁବ ସ୍ଵେଚ୍ଛାସେବୀ ଙ୍କୁ କୁପଥ ରୁ ସତ୍ ପଥ କୁ ଆଣିବା, ସମାଜ ସେବା କାର୍ଯ୍ଯ ସକାଶେ ପ୍ରେରଣା ଦେବା ଉଦ୍ଦେଶ୍ୟ ରେ ଆଜି ଏହି ମହତ୍ ସେବା କାର୍ଯ୍ୟ କରାଯାଇ ଅଛି। ଉତ୍ତରାଖଣ୍ଡ ରିଶିକେଶ ରୁ ଆସିଥିବା ସ୍ଵାମୀ ନିରଞ୍ଜନ ନନ୍ଦ ମହାରାଜ ଓ ସ୍ୱଚ୍ଛ ଭାରତ ସଂଗଠନ ର ସଭାପତି ସୟଦ୍ ଅଲିମୁଲ ଇସଲାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରି ଯୁବ ପୀଢ଼ି ଙ୍କୁ ଉତ୍ସାହିତ କରିଥିଲେ ।
ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡା ପାଲି ସହାୟତାରେ ,30, ଜଣ ରୋଗୀ ଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଥିଲା l ରକ୍ତ କେନ୍ଦ୍ର ରେ 19 ଜଣ ଯୁବକ ରକ୍ତ ଦାନ ମହତ୍ ଦାନ କାର୍ଯ୍ୟକ୍ରମ ସାମିଲ ହୋଇଥିଲେ । ସେହିପରି 5 ଜଣ ଯୋଗ ଶିକ୍ଷକ ଙ୍କୁ ହରିଦ୍ଵାର ଗମନ ସକାଶେ ରସିଦ ପତ୍ର ପ୍ରଦାନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଭାରତ ସ୍ବାଭିମାନ ପ୍ରଭାରୀ ମନୋଜ ପଣ୍ଡା, ଜିଲ୍ଲା ଯୋଗ ସମିତି ପ୍ରଭାରୀ ସତ୍ୟବାନ ମିଶ୍ର , ଗୋ ସେବକ ଭାଗିରଥି ଭାଈ, କୋଶଳ ଆବାସିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପରମାନନ୍ଦ ନାଏକ ତଥା ଜିଲ୍ଲା ଯୋଗ ସମିତି ର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଶେଷ ରେ ସ୍ବେଛାସେବୀ ଙ୍କ ଦ୍ବାରା ବୃଦ୍ଧା ଶ୍ରମ ରେ ଶୀତ ବସ୍ତ୍ର ପ୍ରଦାନ କରାଯାଇ ଥିଲା l
What's Your Reaction?






