ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ମୁହାଁମୁହିଁ

Nov 18, 2024 - 19:32
 0  11

ମାଲକାନଗିରି:ଲୋକ ଆବାଜ. ଇନ (ଅବଦୁଲ ଗାନି ଙ୍କ ରିପୋର୍ଟ)

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଙ୍କେର ଜିଲ୍ଲା ଉତ୍ତର ଆବୁଜମାଡର ଘଞ୍ଚ ଜଙ୍ଗଲରେ ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ମୁହାଁମୁହିଁ ଗୁଳି ବିନିମୟ ପରେ ସର୍ଚ୍ଚ ଅପରେସନ ବେଳେ ୨ ମହିଳା ସମେତ ୫ ନକ୍ସଲଙ୍କ ମୃତଦେହ ନେଇ ଛୋଟେବଟିଆ ଥାନାରେ ପହଁଞ୍ଚିଲେ ଯବାନ। ନକ୍ସଲଙ୍କ ଶବ ନିକଟରୁ ଇନସାସ୍ ରାଇଫଲ, ଏସଏଲଆର ରାଇଫଲ,୧୨ ବୋର ରାଇଫଲ ୩ ଏବଂ ବିଜିଏଲ (ବ୍ୟାରେଲ ଗ୍ରେନେଡ ଲଞ୍ଚର) ସମେତ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ଯବାନ।୧୬ ନଭେମ୍ବର ସକାଳ ୮ ଟାରୁ ଡିଆରଜି, ଏସଟିଏଫ ଏବଂ ବିଏସଏଫ ର ମିଳିତ ଦଳ ସର୍ଚ୍ଚ ଅପରେସନରେ ବାହାରିଥିଲେ | ଉତ୍ତର ଆବୁଜମାଡ ଅଞ୍ଚଳରେ ନକ୍ସଲମାନଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ତୁରନ୍ତ ଏକ ମିଳିତ ପୁଲିସ ପାର୍ଟି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଦୀର୍ଘ ସମୟ ଧରି ଉଭୟ ପଟୁ ଗୁଳି ବିନିମୟ ଜାରି ରହିଥିଲା। ଏହି ଏନକାଉଣ୍ଟରରେ ୫ ନକ୍ସଲ ନିପାତ ହୋଇଥିବା ବେଳେ ୨ ଯବାନ ଆହତ ହୋଇଥିଲେ। ଏନକାଉଣ୍ଟରରେ ଦୁଇ ଯବାନ ଆହତ ହୋଇଥିଲେ ମଧ୍ୟ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବେ ସ୍ୱାଭାବିକ ବୋଲି କୁହାଯାଉଛି।ଉଭୟଙ୍କୁ ଆକାଶ ମାର୍ଗ ଯୋଗେ ରାଜଧାନୀ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି।

What's Your Reaction?

like

dislike

love

funny

angry

sad

wow