କର୍ଲାମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଚତୁର୍ଥ ବାର୍ଷିକ ଉତ୍ସବ

କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ପ୍ରଦୀପ କୁମାର ରଣା ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ କର୍ଲାମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ବାର୍ଷିକ ଉତ୍ସବ ଶୁକ୍ରବାର ପାଳନ ହୋଇଯାଇଛି।ଏଥିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସମ୍ପାଦକ ରୂପାଧର କୁମାର ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କଲେଜ ସଭାପତି ତଥା ପୂର୍ବତନ ବିଧାୟକ ଭୁପିନ୍ଦର ସିଂ,ସ୍ୱତନ୍ତ୍ର ଅତିଥି କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ମୁଖ୍ୟ ବକ୍ତା ଭାବେ କସୃପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରା, ସମ୍ମାନିତ ଅତିଥି ଭାବେ କର୍ଲାମୁଣ୍ଡା ବ୍ଲକ ଅଧକ୍ଷ୍ୟା କୁନି ସାହୁ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଗୁପ୍ତେଶ୍ଵର ସାହୁ ,ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ଓ ସୁରେଶ ଚୌଧୁରୀ ପ୍ରମୁଖ ଯୋଗ ଦେଇ ଶିକ୍ଷା ର ବିକାଶ ହେଲେ ଅଞ୍ଚଳ ର ବିକାଶ ସମ୍ଭବ ବୋଲି ମତ ପ୍ରକାଶ କରିଥିଲେ।
ସଭା କାର୍ଯ୍ୟ ରେ ଛାତ୍ରୀ ତୃପ୍ତି ମୟୀ ସାହୁ ଓ ରିଙ୍କି ସାହୁ ସଂଯୋଜନା କରିଥିବା ବେଳେ ପୁରସ୍କାର ବିତରଣ ସଭା ରେ ଅଧ୍ୟାପକ ଲମ୍ବୋଦର ସାହୁ ସଂଯୋଜନା କରିଥିଲେ ଓ ଅଧ୍ୟାପକ ଗୁର ସୁନା ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରୀ ଛାତ୍ର ମାନଙ୍କ ଦ୍ୱାରା ପରିବେଷିତ ସଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କ ମନ ମୋହିଥିଲା।କାର୍ଯ୍ୟକ୍ରମ ରେ କଲେଜ ର ଅଧ୍ୟାପିକା/ଅଧ୍ୟାପକ,କର୍ମଚାରୀ, ଛାତ୍ରୀ ଛାତ୍ର ତଥା ପରିଚାଳନା କମିଟିର ସଭ୍ୟା/ସଭ୍ୟ ମାନେ ସହଯୋଗ କରିଥିଲେ।
What's Your Reaction?






