ସୁବର୍ଣ୍ଣପୁର ଠାରେ ଅlନ୍ତର୍ଜାତୀୟ ଜରl ଦିବସ ପାଳିତ

ସୁବର୍ଣ୍ଣପୁର:୮/୧୦ ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ମହିମା ଆନନ୍ଦ ସିନିୟର ସିଟିଯନ ହୋମ ଵୃଦ୍ଧାଶ୍ରମ ସାନ ଝିଙ୍କି ସଭା ଗୃହ ସୁବର୍ଣ୍ଣପୁର ଠାରେ ଅlନ୍ତର୍ଜାତୀୟ ଜରା ଦିବସ ଜ଼ିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ମନୋଜ କୁମାର ଅଦlବର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭା ରେ ଅତିରିକ୍ତ ଜ଼ିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଭିବିଡି )ଡ଼ା ଗୋପାଳ ଚନ୍ଦ୍ର ମଲ୍ଲିକ, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ )ଡ଼ା ରମେଶ ଚନ୍ଦ୍ର ସ୍ୱାଇଁ , ବୃଦ୍ଧାଶ୍ରମ ଅଧ୍ୟକ୍ଷ ଶାନ୍ତନୁ କୁମାର ନାୟକ ଓ ସହକାରୀ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ପ୍ରମୁଖ ମଂଚାସୀନ ଥିଲେ l ଅତିଥି ବୃନ୍ଦ ବାର୍ଦ୍ଧକ୍ୟ ଜନିତ ରୋଗର ଚିକିତ୍ସା, ସ୍ୱାସ୍ଥ୍ୟ ସମସ୍ୟା ର ଉପଚାର ନିମନ୍ତେ ପରୀକ୍ଷା, ନିଦାନ, ଯୋଗ ଓ ବ୍ୟାୟାମ ଆଦି ର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ ସମସ୍ତ ସୁ ବ୍ୟବସ୍ଥା କରାଯାଇଛି l ସନ୍ତୁଳିତ ଖାଦ୍ୟ, ଯଥେଷ୍ଟ ବିଶ୍ରାମ,ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ହାଲୁକା ଶାରୀରିକ ଶ୍ରମ ଓ ସମାଜିକ ସୁସମ୍ପର୍କ ବୃଦ୍ଧା ବସ୍ତା କୁ ସୁଖମୟ କରି ସୁସ୍ଥ ସୁନ୍ଦର ସମାଜ ଗଠନ କରିବାରେ ସହାୟକ ହୋଇପାରିବl ଉପରେ ଗୁରୁତ୍ଵା ରୋପ କରିଥିଲେ l ଉକ୍ତ ସଭାରେ ବୃଦ୍ଧା ଶ୍ରମ ର ସମସ୍ତ ଅନ୍ତେବାସୀଙ୍କୁ କମ୍ବଳ, ଗାମୁଛା ଓ ଫଲ ବଣ୍ଟନ କରାଯାଇଥିଲା l ସ୍ୱାସ୍ଥ୍ୟ ବାର୍ତା ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ଶ୍ରୀ ମାଗୁଣି ମହାକୁର ଓ ସାଥି ବୀରମହାରାଜପୁର ବ୍ଲକ ସୁନ୍ଦର ଭାବରେ ପରିବେଷଣ କରି ସମସ୍ତ ଙ୍କ ମନମୁଗ୍ଧ କରିପାରିଥିଲେ l ଏହି ସଭା ରେ ଵୃଦ୍ଧା ଶ୍ରମ ର ସମସ୍ତ ଅନ୍ତେବାସୀ,କର୍ମ କର୍ତ୍ତା, ମାସ ମେମ୍ବର,ଆଶା, ସ୍ୱାସ୍ଥ୍ୟ ପରିଦର୍ଶକ, ସ୍ୱାସ୍ଥ୍ୟ ଅଧିକାରୀ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ପ୍ରମୋଦ କୁମାର ସାହୁ ସ୍ୱାସ୍ଥ୍ୟ ପରିଦର୍ଶକ ଧନ୍ୟବାଦ ଅର୍ପଣ କରିଥିଲେ l
What's Your Reaction?






