ରାଜ୍ୟ ସଭା ସାଂସଦ ଙ୍କ କର୍ଲାମୁଣ୍ଡା ବ୍ଲକ ର ବିଭିନ୍ନ ଅଞ୍ଚଳ ଗ୍ରସ୍ତ..... କର୍ମୀ ଙ୍କ ମହଲ ରେ ଉତ୍ସାହ

Sep 29, 2026 - 21:52
 0  133
ରାଜ୍ୟ ସଭା ସାଂସଦ ଙ୍କ କର୍ଲାମୁଣ୍ଡା ବ୍ଲକ ର ବିଭିନ୍ନ ଅଞ୍ଚଳ ଗ୍ରସ୍ତ..... କର୍ମୀ ଙ୍କ ମହଲ ରେ ଉତ୍ସାହ

କର୍ଲାମୁଣ୍ଡା:୨୯/୯(ଲୋକ ଆବାଜ୍.ଇନ୍ ବ୍ୟୁରୋ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ବିଭିନ୍ନ ଅଞ୍ଚଳ କୁ ମଙ୍ଗଳବାର ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର ଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଗ୍ରସ୍ତ କରିଥିଲେ। ଏହି ଅବସରରେ ବ୍ଲକ ର ରେଗଡା ଅଙ୍ଗନ୍ ୱାଡ଼ି କେନ୍ଦ୍ର ଠାରେ ଆୟୋଜିତ ଆଙ୍ଗନ ମିଲନ ସେବା ତଥା ସେବା ସଂକଳ୍ପ ଅଭିଯାନ ରେ ଯୋଗ ଦେଇଥିଲେ।

ଏହା ପରେ ରେଗଡା ଆଦର୍ଶ ବିଦ୍ୟାଳୟ , କର୍ଲାମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବୃ୍ଷରୋପଣ କରିବା ପରେ କର୍ଲାମୁଣ୍ଡା ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ପରିଦର୍ଶନ କରି ଥିଲେ। ଏଥି ସହିତ ବ୍ଲକ ସଦର ଠାରେ ଥିବା ଭାଜପା କାର୍ଯ୍ୟାଳୟ ଠାରେ ଦଳୀୟ କର୍ମୀ ଙ୍କ ଦ୍ଵାରା ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ କର୍ମୀ ମାନଙ୍କୁ ଦଳୀୟ ସାଙ୍ଗଠନିକ ସ୍ଥିତିକୁ ଆହୁରି ମଜବୁତ୍ କରିବାକୁ ପରାମର୍ଶ ଦେଇଥଲେ। ତତ୍ ସହିତ ତେରେସୀଙ୍ଗା ଶିବ ମନ୍ଦିର ଠାରେ ଭୋଗ ମଣ୍ଡପ ଶିଳାନ୍ୟାସ, ରିଶିଡା ବସ୍ ଷ୍ଟାଣ୍ଡ ଠାରେ ସୋଲାର ହାଇ ମାଷ୍ଟ ଲାଇଟ୍ ଉଦଘାଟନ, ଗଜବାହାଲ ମହାଦେବ ଯୁବକ ସଂଘ ର କମ୍ୟୁନିଟୀ, ଗଜବାହାଲ ମା ସନ୍ତୋଷୀ ମନ୍ଦିର ର ଭୋଗ ମଣ୍ଡପ ଶିଳାନ୍ୟାସ, ଜଗନ୍ନାଥ ମନ୍ଦିର ଠାରେ ଥିବା ସୋଲାର ହାଇ ମାଷ୍ଟ ଲାଇଟ୍ ଉଦଘାଟନ, ଗଜବାହାଲ ହାଇସ୍କୁଲ ଠାରେ ବୃ୍ଷରୋପଣ କାର୍ଯ୍ୟକ୍ରମ ରେ ସାଂସଦ ଯୋଗ ଦେଇଥିଲେ।ପରିଦର୍ଶନ ତଥା ବୃକ୍ଷ ରୋପଣ ସମୟରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ବ୍ଲକ ଅଧକ୍ଷା କୁନି ସାହୁ, ବିଡ଼ିଓ ସୁଚରିତା ମୁଗ୍ରୀ,ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ରେଗଡା ସରପଞ୍ଚ ଦୀପ୍ତି ରାଣୀ ସାହୁ, ଯୋରାଡବରା ସରପଞ୍ଚ କ୍ଷିତି ସୂତା ସାହୁ, ଗଜବାହାଲ ସରପଞ୍ଚ ଅରବିନ୍ଦ ଗହୀର, ଆଦିବାସୀ ଯୁବ ନେତା ନନ୍ଦୀ କିଶୋର ଭୋଇ, ଚିନ୍ମୟ ମିଶ୍ର, ରାଧେ ବାଗ, ତ୍ରିଗତ ସାହୁ , ପ୍ରଦିପ ସାହୁ , ଲୋକେଶ ସାହୁ,ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସଭାପତି ମାର୍କଣ୍ଡ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

ଭାଜପା କାର୍ଯ୍ୟାଳୟ ଠାରେ କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଲାମଣୀ ଭୋଇ,ଯୋରାଡବରା ମଣ୍ଡଳ ସଭାପତି ଯତୀନ୍ଦ୍ର ସାହୁ, ପୂର୍ବତନ ଏସ୍ ସି ମୋର୍ଚ୍ଚା ଜିଲ୍ଲା ସଭାପତି ଗଣେଶ କୁମାର,ପୂର୍ବତନ ମଣ୍ଡଳ ସଭାପତି ଚିତ୍ର ସେନ ସାହୁ, ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଞ୍ଜରୀ ସାହୁ, ଉପ ସଭାନେତ୍ରୀ ଉମା କାନ୍ତି ସାହୁ, କୃଷକ ମୋର୍ଚ୍ଚା ବ୍ଲକ ସଭାପତି ଦୁର୍ଯ୍ୟୋଧନ ସାହୁ, କୃଷକ ମୋର୍ଚ୍ଚା ମଣ୍ଡଳ ସଭାପତି ବନ ମାଳି ସାହୁ, ଶୁଭ୍ରାଂଶୁ ଶେଖର ସାହୁ, ନାରୀ ନେତ୍ରୀ ପ୍ରଭାତୀ ଭୋଇ, ପୁଷ୍ପ କାନ୍ତି କୁମାର, ଜୟନ୍ତୀ ସାହୁ, ଦୀପା ବାଗ, ସଞ୍ଜୁ ସାହୁ, ସଞ୍ଜୟ ଜୈନ, ଦୟା ସାହୁ, ହିମାଂଶୁ ରଣାଙ୍କ ସମେତ ଅନେକ ଭାଜପା କର୍ମୀ ଉପସ୍ଥିତ ଥିଲେ। 

What's Your Reaction?

like

dislike

love

funny

angry

sad

wow