ରାତ୍ରି କାଳୀନ ଭଲିବଲ ଟୁର୍ଣ୍ଣାମେଂଟ .... ପିପଲପଦର ଚମ୍ପିୟାନ

May 19, 2025 - 14:31
May 19, 2025 - 14:45
 0  17
ରାତ୍ରି କାଳୀନ ଭଲିବଲ ଟୁର୍ଣ୍ଣାମେଂଟ .... ପିପଲପଦର ଚମ୍ପିୟାନ

କର୍ଲାମୁଣ୍ଡା:୧୯/୫( ଲୋକ ଆବାଜ. ଇନ /ବ୍ୟୁରୋ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜ। ଯୁବ ସଙ୍ଗଠନ ପକ୍ଷରୁ ରାତ୍ରି କାଳୀନ ଭଲି ବଲ ଟୁର୍ଣ୍ଣାମେଂଟ ରବିବାର ଉଦଯାପିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ ,ସମ୍ମାନିତ ଅତିଥି ଭାବେ ରିଞ୍ଜ। ସରପଞ୍ଚ ପୂର୍ଣ୍ଣମି ମାଝୀ, ଓଡିଶା ଆଦର୍ଶ ବିଦ୍ୟାଳୟ ରାଜ୍ୟ ସଭାପତି ରିପୁ ଦମନ ସୌରଭ ମିଶ୍ର,କର୍ଲାମୁଣ୍ଡା କ ଯୋନ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ଓ ଖ ଯୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ବିଜେପି ନେତା ଗଣେଶ କୁମାର,କ ଯୋନ ମଣ୍ଡଳ ସଭାପତି ଡୋଳାମଣୀ ଭୋଇ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ଫାଇନାଲ ମ୍ୟାଚ ଟି କର୍ଲାମୁଣ୍ଡା ଓ କେସିଙ୍ଗା ବ୍ଲକ ପିପଲପଦର ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା ଏଥିରେ ପିପଲପଦର ଚମ୍ପିୟାନ ହୋଇଥିଲା।

ବିଜେତା ଓ ଉପ ବିଜେତା ଦଳ କୁ ନଗଦ ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା।ଖେଳ ପରିଚାଳନା ରେ ହୀରାମଣୀ ଭୋଇ ଓ ପୁଲକ ଷଡଙ୍ଗୀ ରହିଥିବା ବେଳେ ଉଦଘୋଷକ ଯଶପାଲ ସାହୁ,ହେମାନନ୍ଦ ସାହୁ ଓ ସ୍କୋରର ଭାବେ ସୁମନ୍ତ ସାହୁ ଦାୟିତ୍ୱ ନେଇଥିଲେ।ଏଥିରେ କଳାହାଣ୍ଡି ଜିଲ୍ଲାର ମ.ରାମପୁର, କେସିଙ୍ଗା, ନର୍ଲା, କର୍ଲାମୁଣ୍ଡା ବ୍ଲକର ୧୦ ଟି ଦଳ ଅଂଶ ଗ୍ରହଣ କରିଥିଲେ। ରିଞ୍ଜ। ଯୁବ ସଂଗଠନ ର ରାଜେଶ ସାହୁ,ଜିତେନ୍ଦ୍ର ସାହୁ,ଚିତ୍ତ ସାହୁ,ନୀଳ ସାହୁ,ସୁରେନ୍ଦ୍ର ସାହୁ,ମନୋଜ ସାହୁ, ସରୋଜ ସାହୁ,ଅଚିନ ଅନୁଭବ ଷଡଙ୍ଗୀ, ରିତିକ ଷଡଙ୍ଗୀ,ଅଭିଷେକ ସାହୁ,ଆଶୁତୋଷ ସାହୁ,ପିକୁନ ସାହୁ,ମହେଶ ସାହୁ, ହାଡ଼ିବନ୍ଧୁ ସାହୁ,ବିକାଶ ସାହୁ,ପ୍ରିୟନଶୁ ସାହୁ,ଅନାଦି ସାହୁ,କ୍ରିଷ୍ଣା ସାହୁ, ମୁକେଶ ସାହୁ,ବବୁଲୁ ସାହୁ,ସୁନାମାଲ ସାହୁ,ଶକ୍ତି ସାହୁ, କମ୍ବୁ ସାହୁ,ମହେନ୍ଦ୍ର ସାହୁ,ପିଙ୍କୁ ସାହୁ,ରବିନ ସାହୁ,ବିରେନ୍ଦ୍ର ସାହୁ,ଜୟରାମ ସାହୁ ଙ୍କ ସମେତ ଗ୍ରାମ ବାସୀ ଆୟୋଜନ ରେ ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow