ରିଶିଡ଼ା - ରାମପୁର ପୂର୍ତ୍ତ ବିଭାଗ ରାସ୍ତା ରେ ଗଛ ପଡି ରାସ୍ତା ଅବରୋଧ: ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ଦ୍ଵାରା ସଫେଇ

ମ,ରାମପୁର:- ଲୋକ ଆବାଜ.ଇନ୍ ( ବ୍ୟୁରୋ):-
କଳାହାଣ୍ଡି ଜିଲ୍ଲା ମ,ରାମପୁର ପୂର୍ତ୍ତ ବିଭାଗ ର ମ,ରାମପୁର ରୁ ରିଶିଡ଼ା କୁ ସଂଯୋଗ କରୁଥିବା ରାସ୍ତା ଅଲାତରା ଛକ ନିକଟରେ ଆଜି ଅପରାହ୍ନ ରେ ଏକ ବିରାଟ ଜାମୁକୋଳି ଗଛ ଭାଙ୍ଗି ପଡ଼ିଥିଲା। ଫଳରେ
ମ,ରାମପୁର ଓ ରିଶିଡ଼ା ଉଭୟ ପାର୍ଶ୍ଵ ରାସ୍ତା ରେ ଅନେକ ଯାନବାହାନ ଅଟକି ରହିଥିଲା । ଘଟଣା ସଂପର୍କ ରେ ମ,ରାମପୁର ଅଗ୍ନି ଶମ ବିଭାଗ ଖବର ପାଇ ଘଟଣାସ୍ଥଳ ରେ ପହଞ୍ଚି ଗଛ କାଟି ସଫା କରିବା ପରେ ଯାତାୟାତ ସ୍ଵାଭାବିକ ହେଇଥିଲା । ଅଗ୍ନି ଶମ ବିଭାଗ ର କେନ୍ଦ୍ର ଅଧିକାରୀ ଲବ ନାୟକ, ହାବିଲ୍ ଦାର୍ ଚୈତନ୍ୟ ସାହୁ, ଆଗ୍ନିକ ପ୍ରେମାନନ୍ଦ ରଣା, ଭକ୍ତ ଚରଣ ମାଝୀ,ପ୍ରତାପ ଭୋଇ, ଗାଡ଼ି ଚାଳକ ରଞ୍ଜନ ପାଣ୍ଡେ ସାମିଲ୍ ଥିଲେ । ଏଠାରେ ସୂଚନା ଥାଉ କି ଉକ୍ତ ପୂର୍ତ୍ତ୍ ବିଭାଗ ରାସ୍ତା ରେ ଏକାଧିକ ବିପଦ ସଙ୍କୁଳ ବଡ଼ ବଡ଼ ଗଛ ରହିଥିବା ବେଳେ ଏହାକୁ ନ କାଟି ଯାତ୍ରୀ ମାନଙ୍କ ପ୍ରତି କୁ ଆମନ୍ତ୍ରଣ କରାଯାଉଛି । ଏଣୁ ତୁରନ୍ତ ଏହି ସବୁ ଗଛ କୁ କାଟି ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।
What's Your Reaction?






