ମ. ରାମପୁର ନୂତନ ରାଜା ଙ୍କ ଦେବାଦେବୀ ଦର୍ଶନ

ମ.ରାମପୁର: ଲୋକ ଆବାଜ.ଇନ୍ ( ବ୍ୟୁରୋ)
ରାଜ୍ୟ ଅଭିଷେକ ପରେ ମଦନପୁର ରାମପୁର ର ନୂତନ ରାଜା ତଥା ୩୦ ତମ ରାଜା ଶ୍ରୀ ଶ୍ରୀ ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ ପ୍ରଥମେ କଳାହାଣ୍ଡି ମହାରାଜ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ। ଆଜି ମ.ରାମପୁର ର ପ୍ରତ୍ୟେକ ମନ୍ଦିର ଦର୍ଶନ କରି ଦେବାଦେବୀଙ୍କ ଆଶିଷ ଭିକ୍ଷା କରିବା ସହିତ ପ୍ରଜା ଓ ଗ୍ରାମର ମଙ୍ଗଳ କାମନା କରିବା ସହିତ ମନ୍ଦିର ମାନଙ୍କ ପରିଚାଳନା କମିଟି ସହିତ ଆଲୋଚନା କରିଥିଲେ। ରାଜାଙ୍କ ସହିତ ପୁରୋହିତ ତ୍ରିଲୋଚନ ଦାଶ ଓ ଶ୍ରୀ ଜଗନ୍ନାଥଙ୍କ ସେବକ ତଥା ସମାଜ ସେବୀ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ। ପ୍ରତ୍ୟେକ ମନ୍ଦିର ର ପୂଜକ, ଭଗବତ ଘିଭେଲା, ଦେବେନ୍ଦ୍ର ପୋଢ଼, କୃଷ୍ଣ ଚନ୍ଦ୍ର ସାହୁ, ଭଗବାନ ଭୋଇ ସହଯୋଗ କରିଥିଲେ।
What's Your Reaction?






