ରୁଣ୍ଡି ମହୁଲ ହାଇସ୍କୁଲରେ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ସମାରୋହ ଅନୁଷ୍ଠିତ

Aug 24, 2025 - 09:21
 0  19
ରୁଣ୍ଡି ମହୁଲ ହାଇସ୍କୁଲରେ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ସମାରୋହ ଅନୁଷ୍ଠିତ

କଣ୍ଟାମାଳ:ଲୋକ୍ ଆବାଜ୍‌.ଇନ୍‌(ପୂର୍ଣ୍ଣ ଚରଣ ସାହୁ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରୁଣ୍ଡି ମହୁଲ ଦଧିବାବନ ଉଚ୍ଚବିଦ୍ୟାଳୟ ଠାରେ  ଜିଲ୍ଲାର ସମସ୍ତ ସଂସ୍କୃତ ଶିକ୍ଷକ ମାନଙ୍କର ଏକ ସମାବେଶ ଅନୁଷ୍ଠିତ ହୋଇ ଯାଇଛି | ବିଦ୍ୟାଳୟର ପ୍ରଧାନଶିକ୍ଷକ ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା | ସ୍ଥାନୀୟ ସରପଞ୍ଚ ପଞ୍ଚାନନ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦିବସର ପ୍ରଶଂସା କରିବା ସହ ନିଜର ବକ୍ତବ୍ୟ ରଖିଥିଲେ | ପ୍ରଥମେ ଅତିଥି ମାନେ ଗଣେଶଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିବା ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା | ସମ୍ମାନିତ ଅତିଥି ଭାବରେ ବଢିଗାଁ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ନବୀନ ଶତପଥି, ବୌଦ୍ଧ ମହିଳା ମହାବିଦ୍ୟାଳର ଅଧ୍ୟାପକ ଶିବଦତ୍ତ ପଟ୍ଟନାୟକ, ସୁବର୍ଣ୍ଣପୁରର ଡଃ ସୁରେଶ କୁମାର ପଣ୍ଡା ଯୋଗ ଦେଇ ସଂସ୍କୃତ ଦିବସ ପାଳନର ମହତ୍ୱ ଉପରେ ଆଲୋକପାତ କରିଥିଲେ | ମୁଖ୍ୟ ବକ୍ତା ଭାବରେ କଣ୍ଟାମାଳ ପଞ୍ଚାୟତ କଲେଜର ସଂସ୍କୃତ ଅଧ୍ୟାପକ ପୌଲସ୍ତି କୁମାର ପ୍ରଧାନ ଯୋଗ ଦେଇ ସଂସ୍କୃତ ଭାଷାର ମହନିୟତା ଉପରେ ଭାଷଣ ରଖିଥିଲେ | ଉତ୍କଳ ସଂସ୍କୃତ ଶିକ୍ଷକ ସଙ୍ଘ ବୌଦ୍ଧ ଜିଲ୍ଲା ଶାଖାର ସମ୍ପାଦକ ଧରଣୀଧର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ତିଳେଶ୍ୱର ହାଇସ୍କୁଲ ର ସଂସ୍କୃତ ଶିକ୍ଷକ ଉମାକାନ୍ତ ଦେହୁରୀ ମଞ୍ଚ ପରିଚାଳନା କରିଥିଲେ | ଅଶୋକ ପ୍ରଧାନ ବିବରଣୀ ପାଠ କରିଥିଲେ | କଣ୍ଟାମାଳ ବ୍ଳକର ସମସ୍ତ ସଂସ୍କୃତ ଶିକ୍ଷକ ଅବସରପ୍ରାପ୍ତ ଶିକ୍ଷକ ଶ୍ରଦ୍ଧାକର ବାଘଙ୍କୁ ସମ୍ମାନିତ କରିଥିଲେ | ଦଧିବାବନ ହାଇସ୍କୁଲ ର ସଂସ୍କୃତଚାର୍ଯ୍ୟ ପଣ୍ଡିତ ନିରଞ୍ଜନ ସାହୁ ସମସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତି କରିଥିବା ସହ ଧନ୍ୟବାଦ ଅର୍ପଣ କରିଥିଲେ | ଜିଲ୍ଲାର ସମସ୍ତ ସଂସ୍କୃତ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କ ସହଯୋଗ କ୍ରମେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା | ଗୋବିନ୍ଦ ସାହୁ, ସୁରେନ୍ଦ୍ର ପ୍ରଧାନ, ସାଧବ ଛତ୍ରିଆ, ଖଗେଶ୍ୱର ମେହେର ପ୍ରମୁଖକାର୍ଯ୍ୟ କ୍ରମକୁ ସହଯୋଗ କରିଥିଲେ |

What's Your Reaction?

like

dislike

love

funny

angry

sad

wow