ରେଙ୍ଗାଲପାଲି ୟୁପି ସ୍କୁଲରେ ମୋ ଖେଳଣା ମୋ ସଂସ୍କୃତି କାର୍ଯ୍ୟକ୍ରମ।

ଧର୍ମଗଡ଼:୨୬/୦୩(ଲୋକ ଆବାଜ ଇନ(ସନତ କୁମାର ପ୍ରଧାନୀ ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରେଙ୍ଗାଳପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମୋ ଖେଳଣା ମୋ ସଂସ୍କୃତି କାର୍ଯ୍ୟକ୍ରମ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉମା ଶଙ୍କର ଦୀପଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡା, ସମ୍ମାନିତ ଅତିଥି ଭାବେ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ସରପଞ୍ଚ ରେଙ୍ଗାଳପାଲି ଗ୍ରାମ ପଞ୍ଚାୟତ ଐଶ୍ୱର୍ଯ୍ୟ କୁମାର ଦାସ,ସିଆରସିସି ବେଦବର ନିଆଲ୍, ବିମଳା ପ୍ରଧାନ ଶିକ୍ଷକ ରମାକାନ୍ତ ମାଝୀ ପ୍ରମୁଖ ମଞ୍ଚାସିନ ଥିବାବେଳେ ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ପରିଚାଳନା ହୋଇଥିଲା। ଶିକ୍ଷା କମିଟି, ସ୍ୱାକ୍ଷର ଭାରତ ତାଲିମ ଗ୍ରହଣ କରୁଥିବା ଶିକ୍ଷକ, ସ୍ବେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀ ଦ୍ଵାର ହସ୍ତ କଳା,ମାଟି ପାତ୍ର ତଥା ମାଟି କାରୁକାର୍ଯ୍ୟ ସାମଗ୍ରୀ, ସଂସ୍କୃତି ଭିତ୍ତିକ ସାମଗ୍ରୀ, ବାଉଁଶ ଓ ବର୍ଜ୍ୟବସ୍ତୁ ରୁ ନିର୍ମିତ ସାମଗ୍ରୀ ସବୁ ପ୍ରସ୍ତୁତ ହୋଇଥିଲା, ସେମାନଙ୍କୁ ସହଯୋଗ କରିଥିଲେ ଧରିତ୍ରୀ ଦାସ, ଉପମା ବାଗ, ଦିବ୍ୟାସେନି ଦୁର୍ଗା, ନିବେଦିତା ବଣୁଆ କୋଟେଶ୍ୱର ରାଓ, ଉଦ୍ଧବ ବାଗ, ସୁଜିତ୍ ସାହୁ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ କୁଶଳୀ ମାଟି ଶ୍ରମିକ(କୁମ୍ବାର) ଦ୍ଵାର ମାଟି ପାତ୍ର ସବୁ ନିର୍ମିତ ହୋଇଥିଲା।ଶିକ୍ଷକ ରଞ୍ଜନ କୁମାର ବରିହା ମଞ୍ଚ ପରିଚାଳନା କରିଥିଲେ।
What's Your Reaction?






