ପେଶା ରେ ଶିକ୍ଷକତା ନିଶା ହେଉଛି ସମାଜ ସେବା l ସମାଜ ସେବୀ ବୁଲୁ ଙ୍କ ନିଆରା ପ୍ରୟାସ , ଗରୀବ ଙ୍କୁ ଶୀତବସ୍ତ୍ର ବାଣ୍ଟିଲେ ବୁଲୁ ମଲ୍ଲିକ

Dec 26, 2025 - 21:14
 0  40
ପେଶା ରେ ଶିକ୍ଷକତା ନିଶା ହେଉଛି ସମାଜ ସେବା l ସମାଜ ସେବୀ ବୁଲୁ ଙ୍କ ନିଆରା ପ୍ରୟାସ , ଗରୀବ ଙ୍କୁ ଶୀତବସ୍ତ୍ର ବାଣ୍ଟିଲେ ବୁଲୁ ମଲ୍ଲିକ

ବାଲିଗୁଡା :ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

ପେଶା ରେ ଜଣେ ଶିକ୍ଷକ କିନ୍ତୁ ନିଷ ହେଉଛି ସମାଜ ସେବା , ନିଜ ପେଟରୁ କାଟି ଅର୍ଥାତ୍ ଦରମା ଟଙ୍କା ରୁ ଅସହାୟ ଗରିବ ଙ୍କୁ ଦାନ କରି ସବୁବେଳେ ଚର୍ଚ୍ଚା ରେ ରହିଛନ୍ତି ବୁଲୁ ମଲ୍ଲିକ l ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ଯ କନ୍ଧମାଳ ଜିଲ୍ଲାର ଉପାନ୍ତ ଅଞ୍ଚଳରରେ ବସବାସ କରୁଥିବା ନିରୀହ ଅସହାୟ ,ବୃଦ୍ଧ ବାପା ,ମାଆ ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରିଛନ୍ତି ।କୋଟଗଡ଼ ବ୍ଳକ ଦୁର୍ଗାପାଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ,ବାଡିପାଙ୍ଗା,ନିଲିଗୁଡା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ଗ୍ରାମପାୟତ ବାଣ୍ଡିଙ୍ଗି ଏବଂ ନୂଆଗାଁ ବ୍ଲକ ଅନ୍ତର୍ଗତ ବାଲିଗାଡ଼ା ,ଜିଡୁବାଡି ଆଦି ଗ୍ରାମ ମାନଙ୍କରେ କମଳ ବଣ୍ଟନ କରିଛନ୍ତି ।ଶ୍ରୀ ମଲିକ ଜଣେ ଶିକ୍ଷକ ହେଲେ ମଧ୍ୟ ନିଜର ସେବା କାର୍ଯ୍ୟ ଜାରି ରଖିଛନ୍ତି ।ବିଗତ ବର୍ଷ ଓଡ଼ିଶାର ସରକାରଙ୍କ ଦ୍ଵାରା ଆଦିବାସୀ ପ୍ରତିବା ସମ୍ମାନରେ ମଧ୍ୟ ସମ୍ମାନୀତ ହୋଇଛନ୍ତି ଶ୍ରୀ ମଲିକ ସେ ମଧ୍ଯ ଜଣେ ନିୟମିତ ରକ୍ତ ଦାତା ଅଟନ୍ତି । ତାଙ୍କର ଏହି ସେବା ପାଇଁ ବୁଦ୍ଧିଜୀବୀ, ବରିଷ୍ଠ ସାମ୍ୱାଦିକମାନେ ମହଲ ରେ ଶୁଭେଚ୍ଛା ର ସୁଅ ଛୁଟିଛି,।ଏହି ଉପାନ୍ତ ଅଞ୍ଚଳ କୁ ଯାଇ ଲୋକଙ୍କ ପାଖରେ ପହଞ୍ଚିବା ପାଈଁ ଫ୍ରେଣ୍ଡସ କ୍ଲବର କିଛି ସଦସ୍ୟ ମନୋଜ ପ୍ରଧାନ ,ଅନାଦି ରାଇତ, ଦିବାକାର ଦଣ୍ଡସେନା,ନୃସିଂହ ଚରଣ ପାତ୍ର ସହଯୋଗ କରିଥିବା ଜଣା ପଡ଼ିଛି।

What's Your Reaction?

like

dislike

love

funny

angry

sad

wow