ଲିନ୍ସା କୁ ଭେଟି ଖୁସି ହେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

Sep 16, 2024 - 19:08
 0  72
ଲିନ୍ସା କୁ ଭେଟି ଖୁସି ହେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

କନ୍ଧମାଳ:ଲୋକ୍ ଆବାଜ୍‌.ଇନ୍‌(ପ୍ରମୋଦ କୁମାର ଦଣ୍ଡସେନାଙ୍କ ରିପୋର୍ଟ)

କଂଧମାଳ ଜିଲ୍ଲା  ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବାଡାବାଙ୍ଗା ପଞ୍ଚାୟତର ଗର୍ଜେଡି ଗ୍ରାମର ଛାତ୍ରୀ ଲିନ୍ସା ପ୍ରଧାନଙ୍କୁ ଭେଟି ଖୁସି ହୋଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ ଏନେଇ ନିଜ ସାମାଜିକ ଗଣ ମାଧ୍ୟମ ଫେସବୁକ୍ ଆଇଡ଼ି ରେ ଫୋଟ ସେୟାର କରିଛନ୍ତି । ଜୀବନର ଅନେକ ସମସ୍ୟା ଭିତରେ ସଂଘର୍ଷର ସିଢ଼ି ଚଢ଼ି ବିନା କୌଣସି ପ୍ରାଇଭେଟ୍ କୋଚିଂ ସେଣ୍ଟରର ସାହାରାରେ କେବଳ ୟୁଟ୍ୟୁବ୍ ମାଧ୍ୟମରେ ପାଠ ପଢି ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଲିନ୍ସା ଦେଖାଇ ଦେଇଛନ୍ତି ଯେ ନିଷ୍ଠାର ସହ କରିଥିବା ପରିଶ୍ରମ କେବେ ବ୍ୟର୍ଥ ଯାଏନି । ଆଗାମୀ ଦିନରେ ଏମକେସିଜି ମେଡ଼ିକାଲ କଲେଜରେ ଡାକ୍ତରୀ ପାଠ ପଢିବାକୁ ଯାଉଥିବା  ଲିନ୍ସା ଙ୍କ  ଭବିଷ୍ୟତ ଉଜ୍ଜ୍ୱଳ ହେଉ ଏହା ହିଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ କାମନା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ଗଣଶିକ୍ଷକ ରୂପେ କାର୍ଯ୍ୟରତ ପିତା ଇଲିଆସ ପ୍ରଧାନ ଏବଂ ଅଙ୍ଗନବାଡି କର୍ମୀ ମା' ରୀନା ପ୍ରଧାନ ଆର୍ଥିକ ଅଭାବ ସତ୍ୱେ ଝିଅକୁ ଭବିଷ୍ୟତ ପାଇଁ ବଡ଼ ସ୍ବପ୍ନ ଦେଖିବା ଏବଂ ଏହାକୁ ସାକାର କରିବା ପାଇଁ ସହଯୋଗ କରିଥିବାରୁ ଉଭୟ ଙ୍କୁ ଧନ୍ୟବାଦ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

What's Your Reaction?

like

dislike

love

funny

angry

sad

wow