କର୍ଲାମୁଣ୍ଡା ବ୍ଲକ :ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ପାଳିତ

କର୍ଲାମୁଣ୍ଡା:୧୬/୯ଲୋକ ଆବାଜ. ଇନ(ବ୍ୟୁରୋ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ର ବିଭିନ୍ନ ସ୍ଥାନରେ ସୋମବାର ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି।ଏହି ଅବସରରେ ବ୍ଳକ ସଦର ସ୍ଥିତ ମାର୍କେଟ କମ୍ପ୍ଲେକ୍ସ ଠାରେ ଆୟୋଜିତ ବିଶ୍ଵକର୍ମା ପୂଜାରେ କର୍ତ୍ତା ଭାବେ ରାମ ଚନ୍ଦ୍ର ଚୌଧୁରୀ ଓ ତାଙ୍କ ପତ୍ନୀ ରୁକ୍ମଣୀ ଚୌଧୁରୀ ରହିଥିବା ବେଳେ ପୂଜକ ଭାବେ ଭାରତ ଭୂଷଣ ଷଡ଼ଙ୍ଗୀ,ପ୍ରଭାନନ୍ଦ ମହାପାତ୍ର ରହିଥିଲେ।
ଠିକ ସେହିପରି ବ୍ଳକ ସଦର ବିଦ୍ୟୁତ ବିଭାଗ ଠାରେ କର୍ତ୍ତା ଭାବେ ଯୁବରାଜ ସାହୁ ,ବୀଣାପାଣି ସାହୁ ରହିଥିବା ବେଳେ ପୂଜକ ଭାଗିରଥି ଷଡ଼ଙ୍ଗୀ ରହିଥିଲେ।ପୂଜା କାର୍ଯ୍ୟ ରେ ବିଦ୍ୟୁତ ବିଭାଗ ଯନ୍ତ୍ରୀ ପ୍ରମୋଦ କୁମାର ପାତ୍ର,କର୍ମଚାରୀ ବାଞ୍ଛାବଟ ରଣା, ଯୁକ୍ତ ତାଣ୍ଡି,ଶିବାଜୀ ସେଠୀ,କୁଞ୍ଜ ଭୋଇ, ସତ୍ୟମ ରଣା,ଦୁର୍ଯୋଧନ ସାହୁ,ପ୍ରେମାନନ୍ଦ ନାଏକ,ବିଶାଳ ଚନ୍ଦନ, ଶ୍ରୀକାନ୍ତ ରଣା, ଦୀପ୍ତି ମୟ ପଧାନ,ସୁଶାନ୍ତ ସାହୁ ପ୍ରମୁଖ ଆୟୋଜନ କରିଥିଲେ ।ବ୍ଳକର ଅଗ୍ନିଶମବିଭାଗ, ରିଷିଡା, ତେରେସିଙ୍ଗା, ଜୋରାଡବରା, ଗଜବାହାଲ ପ୍ରମୁଖ ସ୍ଥାନ ମାନଙ୍କ ରେ ଧୁମଧାମରେ ବିଶ୍ୱ କର୍ମା ପୂଜା ପାଳିତ ହେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିବା ଜଣାପଡିଛି।
What's Your Reaction?






