ଶାଗୁଆନ କାଠ ଗଣ୍ଡି ଜବତ ସହ ଜଣକୁ କୋର୍ଟ ଚାଲାଣ

Oct 11, 2024 - 18:29
 0  61
ଶାଗୁଆନ କାଠ ଗଣ୍ଡି ଜବତ ସହ ଜଣକୁ କୋର୍ଟ ଚାଲାଣ

ନୂଆପଡ଼ା:୧୧/୧୦!ଲୋକ ଆବାଜ.ଇନ (ରାମନାଥ ପଣ୍ଡାଙ୍କ ରିପୋର୍ଟ) 

ନୂଆପଡ଼ା ଜିଲ୍ଲାର ଖରିଆର ରେଞ୍ଜ ଅନ୍ତର୍ଗତ ବୋଡ଼େନ ଫରେଷ୍ଟ ଅଧିନସ୍ଥ ବାବେବିର ପଞ୍ଚାୟତ ବାଗପଡ଼ା ରାସ୍ତା ନିକଟରେ ଗତ କାଲି ବିଳମ୍ବିତ ରାତିରେ କୌଣସି ସୂତ୍ରରୁ ଖବର ପାଇ ବୋଡ଼େନ ଫରେଷ୍ଟ ବିଭାଗ ତରଫରୁ ଚଢ଼ାଉ କରାଯାଇଥିଲା। ସୂଚନା ଅନୁସାରେ କୁଲେକେଲା ଗାଁ ନିକଟସ୍ଥ ଜଙ୍ଗଲରୁ ଏକ ଗାଡ଼ିରେ ୧୬ ଖଣ୍ଡ ଶାଗୁଆନ ଗଣ୍ଡି ବୋଝେଇକରି ସିନାପାଲି ପଟକୁ ନିଆଯାଉଥିବା ବେଳେ ଗାଡ଼ିଟିକୁ ଧରିଥିଲେ । ଏହି ଚଢାଉ ସମୟରେ ବୋଡ଼େନ ଫରେଷ୍ଟର ଦୁର୍ଯ୍ୟୋଧନ ଦିକ୍ଷିତ,ଫରେଷ୍ଟ ଗାର୍ଡ ବିରେନ୍ଦ୍ର ମାଝୀ, ତରୁଣ ତେଜି, ମୁକେଶ ନାଗ , ଶଙ୍କର ମାଝୀ ,କୁରୁପତି ମାଲି ଓ ରୁପ ସିଂ ସଲମା ଉପସ୍ଥିତ ଥିଲେ। ଶାଗୁଆନ ଗଣ୍ଡି ବୋଝେଇ ଗାଡ଼ିଟିକୁ ବୋଡ଼େନ ଫରେଷ୍ଟ ଅଫିସକୁ ଅଣାଯାଇଥିଲା। ଏଠାରୁ ଖରିଆର ରେଞ୍ଜ ଅଫିସକୁ ନିଆଯିବ ବୋଲି ଫରେଷ୍ଟର ଶ୍ରୀ ଦିକ୍ଷିତ ପ୍ରକାଶ କରିଥିଲେ ଏବଂ ରାତ୍ରିରେ କୋମନା ମାଜିଷ୍ଟ୍ରେଟଙ୍କ ସହାୟତାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ୧୬ ଗୋଟି ଶାଗୁଆନ କାଠଗଣ୍ଡିର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କା ହୋଇପାରେ ବୋଲି ଜଣାପଡିଛି। ସିନାପାଲି ବ୍ଲକର ପଲସାପଡ଼ା ଗାଁର ଡ୍ରାଇଭର ନେହୁର ଲାଲ ମାଲିଙ୍କୁ ଅଟକ ରଖାଯାଇଛି। ଜବତ କାଠ ଗଣ୍ଡି ଗୁଡ଼ିକ ଅନ୍ୟ ଜିଲ୍ଲାକୁ ଚୋରା ଚାଲାଣ କରାଯାଉଥିବା ଜଣାଯାଇଛି।

What's Your Reaction?

like

dislike

love

funny

angry

sad

wow