କଣ୍ଟାମlଳ ଖଣ୍ଡରେ ପ୍ରାରମ୍ଭିକ ବର୍ଗ ଅନୁଷ୍ଠିତ l

Oct 15, 2024 - 18:40
 0  8
କଣ୍ଟାମlଳ ଖଣ୍ଡରେ ପ୍ରାରମ୍ଭିକ ବର୍ଗ ଅନୁଷ୍ଠିତ l

କଣ୍ଟାମାଳ: ଲୋକ ଆବାଜ.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କଣ୍ଟାମlଳ ଖଣ୍ଡ ପକ୍ଷରୁ ସ୍ଥାନୀୟ ସରସ୍ବତୀ ଶିଶୁମନ୍ଦିର ଠାରେ ୧୪ ତାରିଖ ଠାରୁ ପ୍ରାରମ୍ଭିକ ବର୍ଗ ଆରମ୍ଭ ହୋଇଯାଇଛି l

ଏହି ବର୍ଗରେ ଆଚାର ପଦ୍ଧତି, ବ୍ୟୟାମଯୋଗ, ସମତା, ଦଣ୍ଡଯୋଗ, ଚର୍ଚା, ନିୟୁଧ, ଖେଳ, ବୌଦ୍ଧିକ ପ୍ରଭୁତି ଉପରେ ପ୍ରଶିକ୍ଷିତ କରାଯାଇଥିଲା lଏହି ଶିବିରରେ ୮୦ ଜଣ ଶିକ୍ଷ!ର୍ଥୀ ଭାଗ ନେଇଥିଲେ l

ଆଜି ଏହି ଶିବିରରେ ଅତିଥିଭାବେ ଜ଼ିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା, ଜ଼ିଲ୍ଲା ପ୍ରଚାର ପ୍ରମୁଖ ରଘୁନାଥ ଷଡ଼ଙ୍ଗୀ, ବରିଷ୍ଠ ସ୍ୱୟଂସେବକ ବିଜୟ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ଜ଼ିଲ୍ଲା କାର୍ଯ୍ୟବାହ ଇନ୍ଦୁଭୂଷଣ ମହାକୁଳ ଯୋଗଦେଇ ଥିଲେ l ଶିବିରର ସଫଳତା ଦୃଷ୍ଟିରୁ ଘନଶ୍ୟାମ ବାଗ, ଦେବବ୍ରତ ପାଣିଗ୍ରାହୀ,ଶଶି ବଗର୍ତି, ନିରଞ୍ଜନ ମେହେର, ମୁଖ୍ୟ ଶିକ୍ଷକ ଜୟଦେବ ରଣା, ଦେବେନ୍ଦ୍ର ସାହୁ, ଦୂତିଆ ମାହାର,ଚିନ୍ତାମଣି ରଣା,ପ୍ରମୁଖ ସହଯୋଗ କରିଥିଲେ l ଏହି ଶିବିର ୧୬ ତାରିଖ ଅପରାହ୍ନରେ ସମାପନ ହେବ l

What's Your Reaction?

like

dislike

love

funny

angry

sad

wow