ଶିକ୍ଷକଙ୍କ ପାଞ୍ଚ ଦିବସୀୟ ତାଲିମ 'ନିଷ୍ଠା' ଅନୁଷ୍ଠିତ
ନୂଆପଡ଼ା - ଲୋକ ଆବାଜ.ଇନ (ରାମନାଥ ପଣ୍ଡା)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ସ୍ଥିତ ଏସ ଏସ ଡି ହାଇ ସ୍କୁଲ ଠାରେ ତା ୨-୯-୨୦୨୫ ରୁ ତା ୬-୯-୨୦୨୫ ରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପାଞ୍ଚ ଦିବସୀୟ ଶିକ୍ଷକ ତାଲିମ ନିଷ୍ଠା ଆଜି ଉଦଯାପିତ ହୋଇଯାଇଛି । ତାଲିମ ଶିବିରର ପ୍ରଥମ ଦିବସରେ ବୋଡ଼େନ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ରେଶ୍ୱର୍ ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ମାର୍ଗ ଦର୍ଶନ କରିଥିଲେ ତଥା ସମ୍ପୁର୍ଣ୍ଣ ତାଲିମ ଶିବିରର ପ୍ରତ୍ୟେକ ବିଷୟ ବସ୍ତୁ ଉପରେ ନଜର ରଖିଥିଲେ । ବି ଆର୍ ଟି ଅଜୟ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବୋଡ଼େନ ବ୍ଲକର ପଚାଶଟି ବିଦ୍ୟାଳୟର ୫୦ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ଅନୁଷ୍ଠିତ ଏହି ତାଲିମ ଶିବିରରେ ବି ଆରଟି କେଶବ ମେହେର,ଶିକ୍ଷକ ନିରୋଜ କୁମାର ଖମାରି,ସି ଆର୍ ସି ସି ଉତ୍ତମ ମହାଉତି, ନରେନ୍ଦ୍ର ନାଗ,ସ୍ମୃତି ରଞ୍ଜନ ପଟ୍ଟନାୟକ ପ୍ରମୁଖ ତାଲିମ ଦାତା ରୂପେ ନିଯୁକ୍ତ ଥିଲେ ।ସାଧାରଣ ବିଦ୍ୟାଳୟରେ ପଢୁଥିବା ଦିବ୍ୟାଙ୍ଗ ଶିକ୍ଷାର୍ଥୀ କିପରି ସହଜ ଓ ସରଳ ଉପାୟରେ ଅନ୍ୟ ମାନଙ୍କ ସହିତ ତାଳ ଦେଇ ଶିକ୍ଷାର ସ୍ରୋତରେ ସାମିଲ ହେବେ ଏବଂ ସମ୍ମାନର ସହ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମରେ ଆଗ୍ରହୀ ହୋଇ ଅଂଶ ଗ୍ରହଣ କରିବେ ସେ ସମସ୍ତ କୌଶଳ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା ।ଆଗାମୀ ଦିନ ମାନଙ୍କରେ ଏହା ଶିକ୍ଷାର୍ଥୀ ପାଇଁ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି।
What's Your Reaction?