ଶିକ୍ଷାବିତ ପରମାନନ୍ଦ ସେନାପତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ

ଧର୍ମଗଡ: ଲୋକ ଆବାଜ୍.ଇନ୍( ତ୍ରିନାଥ ବେଶ୍ରା)
ଅବସରପ୍ରାପ୍ତ ଶିକ୍ଷକ ପରମାନଦ ସେନାପତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ନିଜ ଗାଁ ହାତୀପଖାନ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ତାଙ୍କ ସୃତି ଚାରଣ କରିଥିଲେ l ସ୍ବର୍ଗତ ପରମାନନ୍ଦ ସେନାପତି ଜଣେ ଆଦର୍ଶ ଶିକ୍ଷକ, ଜ୍ଞାନୀ,ସମାଜସଂସ୍କାରକ, ପରୋପକାରୀ ଭାବରେ ଅଞ୍ଚଳରେ ବେସ ପରିଚିତ ଥିଲେ l ସ୍ବର୍ଗତ ସେନାପତି ଗୋଟିଏ ଅତି ଗରିବ ପରିବାରରେ ଜନ୍ମନେଇଥିଲେ l ସଂଘର୍ଷମୟ ଜୀବନରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣ ପାଇଁ ଶିକ୍ଷକତା କୁ ଆପଣେଇଥିଲେ l ସେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ଆମପାଣି (କନ୍ଦାଗଡ଼), ମଚାମାଳ, ଓ ଧର୍ମଗଡ ବ୍ଲକ ର ପାଇକପଡ଼ା, ବେହେରାଗୁଡା, ସିନାପଡା, ହାତୀପଖାନ ଏହି ସ୍କୁଲ ମାନଙ୍କରେ ଶିକ୍ଷକତା କରିଥିଲେ l ସେ ସେହି ସମୟରେ ଅଞ୍ଚଳରେ ଥିବା ଜାତିପ୍ରଥା ଓ ଅନ୍ଧବିଶ୍ୱାସ କୁ ସଦାବେଳେ ବିରୋଧ କରୁଥିଲେ, ଯାହାଫଳରେ ଆକ୍ରୋଶର ଶିକାର ମଧ୍ୟ ହୋଇଥିଲେ l ତାଙ୍କ ଶ୍ରାଦ୍ଧବାର୍ଷିକ ରେ ଜୀବନରେ ଘଟିଥିବା ଏଭଳି କଥାକୁ ମନେ ପକାଇଥିଲେ l ଏହି କାର୍ଯ୍ୟକ୍ରମରେ ଦଣ୍ଡପାଟ ଡ଼ମ୍ବ ସମାଜ ସଭାପତି ବିରଞ୍ଚି ନାରାୟଣ ଖମାରୀ, ସମ୍ପାଦକ ଯଶୋବନ୍ତ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ସୁନୀଲ ଦୁରିଆ, ତ୍ରିଲୋଚନ ମହାନନ୍ଦ, ସମାଜସେବୀ ଭୋଳାନାଥ ଭର୍ତିଆ, ଯଦୁମଣି ଦୁର୍ଗା ସମେତ ପରିବାର ବର୍ଗ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ l
What's Your Reaction?






