ଶିମିଳିପଦର ପେକ୍ସ ରେ ସଭାପତି ସୁମନ୍ତ ମିଶ୍ର ଙ୍କ ଦ୍ୱାରା ଧାନମଣ୍ଡି ଉଦଘାଟିତ l

କଣ୍ଟାମାଳ: ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶିମିଳିପଦର ପ୍ୟାକ୍ସ ରେ ଧାନମଣ୍ଡି ରେ ଧାନ କ୍ରୟ ନିମନ୍ତେ ପ୍ୟାକ୍ସ ସଂପାଦକ ଅମରେଶ ବାଘ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ୟାକ୍ସ ସଭାପତି ସୁମନ୍ତ କୁମାର ମିଶ୍ର ଆନୁଷ୍ଠାନିକଭାବେ ପୂଜାର୍ଚ୍ଚନା ପରେନଡ଼ିଆ ଭାଙ୍ଗି ଉଦଘାଟନ କରିଥିଲେ। ଶିମିଳିପଦର ମଣ୍ଡିର ପରିଚାଳକ ନୋଡ଼ାଲ ଅଫିସର ଶିମିଳି ପଦର ପିଇଓ ରିଲିପ ନାୟକ , ଆରଏମସି କର୍ମଚାରୀ ଆଶୁତୋଷ ପଣ୍ଡା,ଚାଷି ଆଲୋକ ଖେତି, ସୁବ୍ରତ ଦାସ, ରାମ ଚନ୍ଦ୍ର ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ସେଠି, ସତ୍ୟ ପଳିଆ, ଦ୍ୱାରୁ କୁଶଳ, ନିହାର ବସ୍ତିଆ, ସୁଜିତ ପ୍ରଧାନ, ଅମିତ କୁମାର ବସ୍ତିଆ, ଶଶାଙ୍କ ଖେତି, ଶିବାଜୀ କୁମାର ପ୍ରଧାନ, ପ୍ରଦୀପ ପ୍ରଧାନ, ସୁବୋଧ କୁମାର ଖେତି, ରୋହିତ ଦୀପ ପ୍ରମୁଖ ଶୁଭଉଦଘାଟନରେ ସାମିଲ ଥିଲେ।ପ୍ୟାକ୍ସର ସହସଂପାଦକଭାଗ୍ୟଧର ବାରିକ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ କର୍ମଚାରିଶଙ୍କର୍ଷଣ ମାଝୀ, ସରୋଜ ମିଶ୍ର ସହଯୋଗ କରିଥିଲେ।
What's Your Reaction?






