ତ୍ରୁଟିଶୂନ୍ୟ ଭୋଟର ତାଲିକା ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ - ରାଜନୈତିକ ଦଳଙ୍କୁ ନେଇ ସଚେତନତା ବୈଠକ l

Sep 4, 2024 - 14:40
 0  8
ତ୍ରୁଟିଶୂନ୍ୟ ଭୋଟର ତାଲିକା ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ -  ରାଜନୈତିକ ଦଳଙ୍କୁ ନେଇ ସଚେତନତା ବୈଠକ l

ସୁବର୍ଣ୍ଣପୁର: ଲୋକ୍ ଆବାଜ୍.ଇନ୍(ମନୋରଞ୍ଜନ ତ୍ରିପାଠୀ)

ଜିଲ୍ଲାରେ ତ୍ରୁଟିଶୁନ୍ୟ ଭୋଟର ତାଲିକା ପ୍ରସ୍ତୁତି ନେଇ ଅଗଷ୍ଟ ୨୦ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟସୂଚୀ ସମ୍ବନ୍ଧରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାର ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଜିଲ୍ଳା ନିର୍ବାଚନ ଅଧିକାରୀ ଅନ୍ୟା ଦାସ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ , ଉପଜିଲ୍ଲାପାଳ ସୋନପୁର ସୂରଜ ପଟ୍ଟନାୟକ , ଉପଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସି, ଡେପୁଟି କଲେକ୍ଟର ନିର୍ବାଚନ ଶାଖା ଯଶସ୍ୱନି ପୋଥାଳ ପ୍ରମୁଖ ଯୋଗଦେଇଥିଲେ। ବୈଠକରେ ଭୋଟର ତାଲିକା ସଂଶୋଧନ ର କାର୍ଯ୍ୟସୂଚୀ, ପ୍ରଣାଳୀ, ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଦାୟିତ୍ୱ, ବୁଥ ଲେବେଲ ଅଫିସର, ବୁଥ ଏଜେଣ୍ଟ, କର୍ମୀ ମାନଙ୍କ ଗୁରୁତ୍ୱପୂର୍ଣ ଭୂମିକା ସମ୍ବନ୍ଧରେ ଆଲୋଚନା ହୋଇଥିଲା l ଏହି କାର୍ଯ୍ୟ ପାଇଁ ବୁଥ ଲେବେଲ ଅଫିସର ମାନେ ୨୦ ଅଗଷ୍ଟ ରୁ ୧୮ ଅକ୍ଟୋବର ମଧ୍ୟରେ ଘରକୁ ଘର ଯାଇ ଭୋଟର ତାଲିକା ରେ ଆବଶ୍ୟକ ସଂଶୋଧନ କରିବେ l ନୂତନ ଭୋଟର ଯୋଗଦାନ, ମୃତ୍ୟୁ, ଅନୁପସ୍ଥିତି, ବିବାହ ଜନିତ ବଦଳ , ସଠିକ ଫୋଟୋ, ଠିକଣା, ଭୋଟ କେନ୍ଦ୍ର ର ଆବଶ୍ୟକ ସ୍ଥାନାନ୍ତର ସହ ମୌଳିକ ସୁବିଧା ନିମନ୍ତେ ପଦକ୍ଷେପ ଇତ୍ୟାଦି ସଂଶୋଧନ କରି ୦୧/୦୧/୨୫ ତାରିଖ ସୁଦ୍ଧା ଚୂଡାନ୍ତ ଭୋଟର ତାଲିକା ପ୍ରସ୍ତୁତ କରାଯିବ l ୦୬/୦୧/୨୫ ତାରିଖ ଦିନ ସଂଶୋଧିତ ଚୂଡାନ୍ତ ତାଲିକା ପ୍ରକାଶିତ ହେବ l ଭୋଟର ତାଲିକାର ସମ୍ୱନ୍ଧୀୟ କୌଣସି ପ୍ରକାର ଦାବି କିମ୍ବା ଆପତ୍ତି ନିମନ୍ତେ ଜନସାଧାରଣ ୨୯/୧୦/୨୪ ରୁ ୨୮/୧୧/୨୪ ପର୍ଯ୍ୟନ୍ତ ସମୟ ସୀମା ରହିଛି। ସେହିପରି ଏହି ସମୟ ଅବଧି ମଧ୍ୟରେ ସମସ୍ତ ଶନିବାର ଓ ରବିବାର ଦିନ ସଂକ୍ଷିପ୍ତ ଭୋଟର ତାଲିକା ନିମନ୍ତେ ଆବଶ୍ୟକ ସ୍ୱତନ୍ତ୍ର ସଚେତନତା ଅଭିଯାନ ଅନୁଷ୍ଠିତ କରାଯିବା ଉପରେ ଆଲୋଚନା ହୋଇଥିଲା । ନୂତନ ଭୋଟର ମାନଙ୍କ ପାଇଁ ଏହି ତାଲିକାରେ ଯୋଗଦାନ ସୁଯୋଗ ବର୍ଷକୁ ଚାରିଥର ୧ ଜାନୁଆରୀ, ୧ଏପ୍ରିଲ, ୧ ଜୁଲାଇ ଓ ୧ ଅକ୍ଟୋବର ରେ ପ୍ରଦାନ କରାଯିବ l ଏହି ଅବସରରେ ଜିଲ୍ଲାପାଳ ଶ୍ରୀମତୀ ଦାସ ଏକ ସୁସ୍ଥ ଗଣତନ୍ତ୍ର ପାଇଁ ନିର୍ଭୁଲ ଭୋଟର ତାଲିକା ଅତ୍ୟନ୍ତ ଜରୁରୀ ରହିଥିବା ସୂଚୀତ କରିବା ସହ ସମ୍ପୃକ୍ତ ଆନୁସଙ୍ଗିକ ବ୍ୟବସ୍ଥା ନିମନ୍ତେ ବିଶେଷ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିପାଇଁ ସେ ଜିଲ୍ଲାର ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଆନ୍ତରିକ ସହଯୋଗ କାମନା କରିଛନ୍ତି। ଆଜିକାର ଏହି ବୈଠକରେ ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ରୂପେ ବିଜେପି ରୁ ସୁକାନ୍ତ ସାହୁ , ବିଜେଡି ରୁ କଇଁରୁ ସ୍ୱାଇଁ , ଆଇ ଏନ ସି ରୁ ସୁଧୀର କୁମାର ପଣ୍ଡା , ପ୍ରମୁଖ ଯୋଗଦେଇଥିଲେ। ପୁନଶ୍ଚ 0୧/0୧/୨୦୦୬ ରୁ 0୧/0୧/୨୦୦୭ ମଧ୍ୟରେ ଜନ୍ମ ଗ୍ରହଣ କରିଥିବା ଜିଲ୍ଲାର ସମସ୍ତ ନୂତନ ଯୁବ ଭୋଟର ଯେପରି ଏହି କାର୍ଯ୍ୟକ୍ରମରେ ନିଜର ନାମକୁ ଭୋଟର ତାଲିକାରେ ପଞ୍ଜିକରଣ କରିବା ସହିତ ଜିଲ୍ଲାର ଅନ୍ୟ ନୂତନ ଯୁବ ଭୋଟର ଙ୍କୁ ଉତ୍ସାହିତ କରିପାରିବେ ସେଥିନିମନ୍ତେ ନିଜ ନିଜର ମୋବାଇଲ ଜରିଆରେ ୨୦ ରୁ ୩0 ସେକେଣ୍ଡର ଭୋଟର ସଚେତନତା ବାର୍ତ୍ତା ର ଭିଡିଓ ରିଲ ପ୍ରସ୍ତୁତ କରି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ସି ଇ ଓ ଙ୍କୁ ଟେଗ କରି ଅପଲୋଡ଼ କରିବାକୁ ସୂଚୀତ କରାଯାଇଛି l ଶ୍ରେଷ୍ଠ ୩ ଜଣ ଯୁବ ଭୋଟର ଙ୍କ ଭିଡିଓ ବାର୍ତ୍ତା ନିମନ୍ତେ ଜିଲ୍ଲାସ୍ତରରେ ୩୦୦ ଟଙ୍କା ର ମୋବାଇଲ ଭାଉଚର ଏବଂ ରାଜ୍ୟ ସ୍ତରରେ ଶ୍ରେଷ୍ଠ ୩ ଜଣଙ୍କୁ ୫୦୦ ଟଙ୍କା ର ଭାଉଚର ପ୍ରଦାନ କରାଯିବା ର ବ୍ୟବସ୍ଥା ରହିଛି।

What's Your Reaction?

like

dislike

love

funny

angry

sad

wow