ବନ ବିଭାଗ ପକ୍ଷରୁ ଅବୁଜବାହାଲ ଠାରେ ଅଜଗର ସାପ ଉଦ୍ଧାର

Jul 12, 2025 - 14:27
 0  9

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଠାରେ ବନ ବିଭାଗ ପକ୍ଷରୁ ଆଉ ଏକ ଅଜଗର ସାପ ଉଦ୍ଧାର ହୋଇଥିବା ଜଣା ପଡ଼ିଛି ।ସୂଚନା ମତେ ଅବୁଜବାହାଲ ଗ୍ରାମ ରେ ଗତ ଗୁରୁବାର ଅଜଗର ସାପ ଉଦ୍ଧାର ହୋଇଥିବା ବେଳେ ଶନିବାର ମଧ୍ୟ ଏକ ଦୁଇ ଫୁଟ ଲମ୍ବ ର ଛୋଟ ଅଜଗର ସାପ କୁ ବନ ବିଭାଗ ଉଦ୍ଧାର କରିଛନ୍ତି। ଏକ ଜମି ରେ ଏହି ସାପ ଟି ଥିବା ଦେଖିବା କୁ ପାଇ ଗାଁ ଲୋକେ ବନ ବିଭାଗ କୁ ସୂଚନା ଦେଇଥିଲେ।ତେବେ ଖବର ପାଇ ମଦନପୁର ବନପାଳ ସମ୍ପଦ କୁମାର, ମ. ରାମପୁର ବନାଞ୍ଚଳ ସହକାରୀ ବନ ସରକ୍ଷକ ଅସିତ କୁମାର ଦାସ, ବନ ରକ୍ଷୀ ସତ୍ୟ ଭାମା ନାଗ,ସତ୍ୟମ ମାଝୀ, ପ୍ରତାପ ବାଗ ପହଞ୍ଚି ସାପଟିକୁ ଉଦ୍ଧାର କରିବା ସହ ସୁନାମୁଖୀ ଜଙ୍ଗଲ ରେ ଛାଡି ଥିବା ମଦନପୁର ବନପାଳ ସମ୍ପଦ କୁମାର ସୂଚନା ଦେଇଛନ୍ତି। ଏଭଳି ଅଜଗର ସାପ ବାହରୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି।

What's Your Reaction?

like

dislike

love

funny

angry

sad

wow