ସଇଁତଲା କପ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ , ପ୍ରଥମ ଖେଳରେ ୬ ରନରେ ଶିକାପତ୍ରାପାଲି ଟିମ ବିଜୟୀ

Feb 1, 2026 - 21:59
 0  17
ସଇଁତଲା କପ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ , ପ୍ରଥମ ଖେଳରେ ୬ ରନରେ ଶିକାପତ୍ରାପାଲି ଟିମ ବିଜୟୀ

ସଇଁତଲା :ଲୋକ ଆବାଜ. ଇନ("ପ୍ରମୋଦ କୁମାର ସେଲମା ଙ୍କ ରିପୋର୍ଟ) 

 ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ରମେଶ ସିଂ ଭୋଇ ମିନି ଷ୍ଟାଡିୟମ ଠାରେ ପ୍ରତି ବର୍ଷ ପରି ଚଳିତ ବର୍ଷ ରବିବାର ୮ ତମ ଶ୍ରୀକାନ୍ତ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି l ଏହାର ଉଦଘାଟନୀ ଖେଳରେ ଟିଟିଲାଗଡ଼ ଦେବ ଇଲେଭେଣ୍ଟ ଓ ଶିକାପତ୍ରାପାଲି ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ପ୍ରଥମେ ଶିକାପତ୍ରାପାଲି ଟସ ଜିଣି ନିର୍ଦ୍ଧାରିତ ୮ ଓଭରରେ ରନ୫ ଉଇକେଟ ହରାଇ ୧୦୬ ରନ ସଂଗ୍ରହ କରିଥିଲେ l ଜବାବରେ ଟିଟିଲାଗଡ଼ ଦେବ ଇଲେଭେଣ୍ଟ ଟିମ ସମସ୍ତ ଓଭର ହରାଇ ମାତ୍ର ୧୦୦ ରନ ସଂଗ୍ରହ କରି ପରାଜିତ ହୋଇଥିଲେ l ଉକ୍ତ ଖେଳକୁ ଯୁବ ଖେଳାଳୀ ଅଜୟ ବୈଠାରୁ ଓ ପରମାନନ୍ଦ ରାଉତ ପରିଚାଳନା କରିଥିବାବେଳେ ସ୍କୋର ଭାବରେ ଯତୀନ୍ଦ୍ର ଦାସ ଓ ଧାରା ବିବରଣୀ ଆକାଶ ପାତ୍ର ପ୍ରଦାନ କରିଥିଲେ l ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ପୂର୍ଵତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦାନ କରି ଆନୁଷ୍ଠାନିକ ଉଦଘାଟନ କରିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ , ଓଡିଶା ସାମ୍ବାଦିକ ସଂଘ ରାଜ୍ୟ ସଂପାଦକ ପ୍ରମୋଦ କୁମାର ସେଲମା, ଶିଶକେଲା ସମିତି ସଭ୍ୟ ଉମାକାନ୍ତ ରଣା ଓ ବଡ଼ମାଳ ଗୋଳାବାରୁଦ କାରଖାନା କର୍ମଚାରୀ ମନୋଜ ଶର୍ମା ପ୍ରମୁଖ ଯୋଗଦାନ କରି ଉଭୟ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ l କମିଟିର ସଭାପତି ଚନ୍ଦ୍ର ଚନ୍ଦନ, ସମ୍ପାଦକ ଶିବ ମାଝୀ, ସହ ସମ୍ପାଦକ ବିକ୍ରମ ସା, ସଦସ୍ୟ ରିଙ୍କୁ ଭୋଇ, ରଞ୍ଜନ ଭୋଇ, ବିକାଶ ମହାଲିଙ୍ଗ, ବୈକୁଣ୍ଠ ସେଠ, ଫିରୋଜ ନାୟକ, ଜ୍ଞାନ ରଞ୍ଜନ ଯାଦବ ସୁମିତ ଦଣ୍ଡସେନା, ଭୀମ ଦଣ୍ଡସେନା, ସରୋଜ ସାହୁ, ବିଟୁ ଦୋରା, ସଞ୍ଜୟ ଦଣ୍ଡସେନା, ସ୍ୱାଗତ ବେହେରା, ରୋହିତ ସାହୁ, ପୃଥ୍ୱୀରାଜ ସାହୁ, ଉମେଶ ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l ଏହାର ଫାଇନାଲ ଖେଳ ୫ ତାରିଖ ଦିନ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ତରଫରୁ ସୂଚନା ଦେଇଛନ୍ତି l

What's Your Reaction?

like

dislike

love

funny

angry

sad

wow