ନଅ କୁଣ୍ଡ୍ରିୟ ବିଶ୍ୱଶାନ୍ତି ଗାୟତ୍ରୀ ମହାଯଜ୍ଞ ଉଦଯାପିତ , ୬ ଜଣ ଦୀକ୍ଷା ଗ୍ରହଣ ଓ ୮ ଜଣ ମୁଣ୍ଡନ କାର୍ଯ୍ୟ

Feb 1, 2026 - 16:27
 0  9
ନଅ କୁଣ୍ଡ୍ରିୟ ବିଶ୍ୱଶାନ୍ତି ଗାୟତ୍ରୀ ମହାଯଜ୍ଞ ଉଦଯାପିତ , ୬ ଜଣ ଦୀକ୍ଷା ଗ୍ରହଣ ଓ ୮ ଜଣ ମୁଣ୍ଡନ କାର୍ଯ୍ୟ

ସଇଁତଲା :ଲୋକ ଆବାଜ. ଇନ(ପ୍ରମୋଦ କୁମାର ସେଲମା ଙ୍କ ରିପୋର୍ଟ)                               

 ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ସ୍ଥାନୀୟ ହାଟପଦା ଠାରେ ଗତ ୪ ଦିନ ଧରି ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାଖା ତରଫରୁ ୯ କୁଣ୍ଡ୍ରିୟ ବିଶ୍ୱଶାନ୍ତି ଗାୟତ୍ରୀ ମହାଯଜ୍ଞ ଉଦଯାପିତ ହୋଇଯାଇଛି l ଏହାର ପ୍ରଥମ ଦିନରେ ମଣ୍ଡପ ପରିସରରେ ସହରର ମହିଳା ପୁରୁଷମାନେ ଏକତ୍ରିତ ହୋଇ ପରେ ରୁଷିପୁତ୍ର ପ୍ରଶାନ୍ତ ଅଗ୍ରୱାଲ ଙ୍କ ତତ୍ତ୍ୱବଧାନରେ ଏକ ବିରାଟ କଳସ ଶୋଭାଯାତ୍ରା ବାହାରି ନିକଟସ୍ଥ ନୁଆଁବନ୍ଦ ପୋଖରୀକୁ ପହଂଚିଥିଲେ l ସେଠାରେ ସୁଶାନ୍ତ ମାଝୀଙ୍କ ତତ୍ତ୍ୱବଧାନରେ ପୂଜାର୍ଚ୍ଚନା କାର୍ଯ୍ୟ ଅନୁଷ୍ଠିତରେ କମିଟିର ସଦସ୍ୟ ଲିଙ୍ଗରାଜ ବୈଠାରୁ ତାଙ୍କ ଧର୍ମପତ୍ନୀ ସୁନିତା ବୈଠାରୁ ପୂଜାର କର୍ତ୍ତା ଦାୟିତ୍ୱ ତୁଳାଇଥିଲେ l ଏହି ପୂଜାରେ ବିବାହ, ବିଦ୍ୟାରମ୍ଭ, ନାମକରଣ, ମୁଣ୍ଡନ, ବ୍ରତ, ଦୀକ୍ଷା, ସଂସ୍କାର ଇତ୍ୟାଦି କରିବାର କାର୍ଯ୍ୟକ୍ରମ ରହିଥିଲା l କିନ୍ତୁ ୭ ଜଣ ମୁଣ୍ଡନ କାର୍ଯ୍ୟ କରିଥିବା ବେଳେ ୫ ଜଣ ଦୀକ୍ଷା ଗ୍ରହଣ କରିଥିଲେ l ଏହି ଗାୟତ୍ରୀ ପୂଜାରେ ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ, ପୂର୍ଵତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ସଇଁତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ପ୍ରମୁଖ ଯୋଗଦାନ କରି ମାତା ଗାୟତ୍ରୀଙ୍କ ଦର୍ଶନ କରିଥିଲେ l ଅନୁଷ୍ଠାନର ବରିଷ୍ଠ ସଦସ୍ୟ ହରି ଅଗ୍ରୱାଲ, ଅଖିଳ ସାହୁ, ପ୍ରଦୀପ ଜାଲ, ସୁରେଶ ରଣା, ପ୍ରମୋଦ ବୈଠାରୁ, ଟଙ୍କଧର ସାହୁ,ପ୍ରମୋଦ ଅଗ୍ରୱାଲ, ଭୀମସେନ ସ୍ୱାଇଁ, ହରିବନ୍ଧୁ ସାହୁ, ଓମ ପ୍ରକାଶ ଅଗ୍ରୱାଲ, ଲକ୍ଷଣ ସେଠ, ଯୁଗଲାଲ ବଗର୍ତି, ଭକ୍ତ ପ୍ରଧାନ, ନାରାୟଣ ଜାଲ ଙ୍କ ସମେତ ଗାୟତ୍ରୀ ପରିବାର ସଦସ୍ୟମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

 

What's Your Reaction?

like

dislike

love

funny

angry

sad

wow