ସତ୍ୟନାରାୟଣ ୟୁଥ ସ୍ପୋର୍ଟିଂ ବିଶିମୁଣ୍ଡା ପକ୍ଷରୁ ମିତ୍ରଭାନୁ ବଗର୍ତ୍ତୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ*- *ଖାରି ଦଳ ଚାମ୍ପିଅନ*-

Jan 20, 2025 - 12:14
 0  7
ସତ୍ୟନାରାୟଣ ୟୁଥ ସ୍ପୋର୍ଟିଂ  ବିଶିମୁଣ୍ଡା ପକ୍ଷରୁ  ମିତ୍ରଭାନୁ ବଗର୍ତ୍ତୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ*-  *ଖାରି ଦଳ ଚାମ୍ପିଅନ*-

ସୋନପୁର ;ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ) 

ଗ୍ରାମାଞ୍ଚଳରେ ଭାତୃ ଭାବ ର ପୁନଃ ପ୍ରତିଷ୍ଠା ତଥା ଯୁବଶକ୍ତିର ଏକତା ଉଦ୍ଦେଶ୍ୟରେ ପ୍ରଥମ ମିତ୍ରଭାନୁ ବଗର୍ତ୍ତୀ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ସୋନପୁର ବ୍ଲକ୍ ବିଶିମୁଣ୍ଡା ପଞ୍ଚାୟତ ଖେଳପଡ଼ିଆ ଠାରେ ପାଞ୍ଚ ଦିନ ଧରି ଆୟୋଜିତ ହୋଇ ଗତ କାଲି ଉଦଯାପିତ ହୋଇ ଯାଇଛି । ୧୯ ତାରିଖ ରବିବାର ଦିନ ପୁର୍ବାହ୍ନ ରେ ଅନୁଷ୍ଠିତ ଦୁଇ ଟି ସେମିଫାଇନାଲ ଖେଳ ହୋଇଥିବା ବେଳେ ଅପରାହ୍ନ ରେ ଅନୁଷ୍ଠିତ ଫାଇନାଲ ଖେଳ ରେ ଗବଜୋର,( ବୌଦ୍ଧ ) ଓ ଖାରୀ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଥିଲା l ଚାମ୍ପିଅନ ଖାରୀ ଦଳ କୁ ବିଜେତା ଟ୍ରଫି ସହ ୨୦ ହଜାର ଆର୍ଥିକ ରାଶି ପ୍ରଦାନ କରାଯାଇଥିବା ବେଳେ ଉପ ବିଜେତା ଗବଜୋର ଦଳକୁ ଟ୍ରଫି ସହ ୧୪ହଜାର ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା l ଖାରି ଟିମ୍ ର ଯୁବ ତାରକା ଆଶିଶ ପ୍ଲେୟାର ଅଫ୍ ଦି ଟୁର୍ନାମେଣ୍ଟ ହୋଇଥିଲେ l lପୁରାତନ ଖେଳାଳୀ ଖାଲିକ ଖାନ୍, ଯୁବରାଜ ସାହୁ, ଜିତୁ ମିଶ୍ର ଓ ଆର୍ତ୍ତତ୍ରାଣ ତ୍ରିପାଠୀ ଅମ୍ପାୟାର ଦାୟିତ୍ୱ ତୁଲାଇଥିଲେ l ଉଦ୍ ଘୋଷକ ଭାବେ ଶ୍ରବଣ କୁମାର ଓ ଲାଲ୍ ମନି କ୍ରିକେଟ ଉଦ୍ଘୋଷକ ସଞ୍ଜୀବ ମିଶ୍ର ହଜାର ଦର୍ଶକ କୁ ବାନ୍ଧି ରଖିଥିଲେ l ଛକୋରମାଲ ର ପୂର୍ବତନ ସରପଞ୍ଚ ଶଙ୍କର ପ୍ରସାଦ ସା ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ । ଏହି ଖେଳ ପ୍ରତିଯୋଗିତା ରେ ଅନୁଷ୍ଠାନ ର ବହୁ ପୁରାତନ ସଦସ୍ୟ ଶ୍ରୀ ରବିନ୍ଦ୍ର ଠେଟୁଆଲ ,ଅମ୍ବୁଜ ବିହାରୀ ଶତପଥୀ ,ସୁଜନ ଦୀପ ,ଦିଗାମ୍ବର ଶତପଥୀ ,ପ୍ରଦୀପ ସେଠୀ, ଶ୍ୟାମ ସୁନ୍ଦର ଶତପଥୀ ,ଆନନ୍ଦ ବାରିକ , ଚନ୍ଦ୍ରମଣି ତ୍ରିପାଠୀ ,ଗଜପତି ସୁନା,ମଜିଦ୍ ଖାନ୍ ପ୍ରମୁଖ ଯୋଗ ଦେଇ ନୂତନ ପିଢ଼ୀ କୁ ଉତ୍ସାହିତ କରିଥିଲେ । ଓଡ଼ିଶା ସାମ୍ୱାଦିକ ସଂଘ ରାଜ୍ୟ ସଂଗଠନ ସଂପାଦକ ରାଜ କିଶୋର ତ୍ରୀପାଠୀ, ସୋନପୁର ର ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର, ମନୋରଞ୍ଜନ ତ୍ରୀପାଠୀ, ସୁବାସ ପଣ୍ଡା ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ଆୟୋଜକ କମିଟି ଓ ଖେଳାଳି ଙ୍କୁ ଉତ୍ସାହିତ କରି ସ୍ୱର୍ଗୀୟ ମିତ୍ର ଭାନୁ ବଗର୍ତ୍ତୀ ଏ ଅଞ୍ଚଳ ର ବିକାଶ କ୍ଷେତ୍ର ରେ ଉଦ୍ୟମ ଜାରି ରଖିଥିଲେ ଓ ଯୁବ ପୀଢ଼ି ଙ୍କ ପ୍ରେରଣା ଦାତା ଥିଲେ ବୋଲି ମତ ରଖିଥିଲେ l ଅନୁଷ୍ଠାନର ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ମଧୁସୂଦନ ଓତା ,ସଂପାଦକ ଶ୍ରବଣ କୁମାର ମିଶ୍ର ଙ୍କ ନେତୃତ୍ୱରେ ଅନୁଷ୍ଠାନର ସଦସ୍ୟ ଯହୁନନ୍ଦନ ଓତା , ସରୋଜ ଦୀପ, ମନୋଜ ସେଠୀ ,ବିପିନ କଉଡି , ସୁବଳ ଓତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ମିତ୍ର ଭାନୁ ବଗର୍ତ୍ତୀ ଙ୍କ ସୂ ପୁତ୍ର ଦୀପକ, ରୂପକ ଓ ଶୁଭମ୍ ଙ୍କୁ ଓ ଏ ଅଞ୍ଚଳ ର ଭେଟରାନ୍ ଖେଳାଳି ଙ୍କୁ ଅତିଥି ଙ୍କ ଦ୍ଵାରା ସମ୍ବର୍ଧିତ କରି ଉତ୍ସାହିତ କରା ଯାଇଥିଲା l ରାମ ଚନ୍ଦ୍ର ଶତପଥି , ଶ୍ୟାମ ସୁନ୍ଦର୍ ଶତପଥି ଙ୍କ ସମେତ କ୍ଳବ୍ ର ସମସ୍ତ ସଦସ୍ୟ ସହଯୋଗ୍ କରିଥିଲେ l

What's Your Reaction?

like

dislike

love

funny

angry

sad

wow